ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଓଡିଶା ହେବ ପ୍ଲାଷ୍ଟିକ ମୁକ୍ତ ରାଜ୍ୟ

ଭୁବନେଶ୍ବର  :  ପ୍ଲାଷ୍ଟିକ ପରିବେଶ ପାଇଁ ବିପଦ । ପିଲାଙ୍କ ଭବିଷ୍ୟତ ଓ ସଭ୍ୟତା ପାଇଁ ବଡ ବିପଦ । ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ତାରିଖଠାରୁ ରାଜ୍ୟର ସମସ୍ତ ମହାନଗର ନିଗମ ଓ ପୁରୀରେ ପ୍ଲାଷ୍ଟିକ ନିଷେଦ୍ଧ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆଗାମୀ ୨ ବର୍ଷ ମଧ୍ୟରେ ସାରା ଓଡ଼ିଶାରେ ପ୍ଲାଷ୍ଟିକ ପୁରାପୁରି ନିଷିଦ୍ଧ କରାଯିବ । ପ୍ଲାଷ୍ଟିକ ବ୍ୟାଗ୍, ପଲିଥିନ ଏବଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯିବ । ସଚିବାଳୟରେ ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସହରାଞ୍ଚଳରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବେ । ଗ୍ରାମାଞ୍ଚଳ ପାଇଁ ପଞ୍ଚାୟତିରାଜ ବିଭାଗକୁ ଏହି ଦାୟିତ୍ବ ଦିଆଯାିଛି । ଜଙ୍ଗଲ ଓ ପରିବେଶ ବିଭାଗ ସାରା ରାଜ୍ୟରେ ପ୍ଲାଷ୍ଟି ପ୍ରଦୁଷଣ ନିୟନ୍ତ୍ରଣ କାର୍ଯ୍ୟର ତଦାରଖ କରିବ ।