୩୧ ଯାଏଁ ପ୍ଲାନେଟୋରିୟମ୍ ବନ୍ଦ

ଭୁବନେଶ୍ୱର: କୋରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଆଜି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମାହଲ, ସୁଇମିଂପୁଲ ଓ ଜନଗମାଗମସ୍ଥଳୀ ବନ୍ଦ କରିଦେଇଛନ୍ତି । ଏହି ଅନୁସାରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ପ୍ଲାନେଟୋରିୟମ, ବୁର୍ଲାର ଡକ୍ଟର ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍ ଓ ଖଣ୍ଡପଡା ପଠାଣୀ ସାମନ୍ତକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।