ବିମାନ ଦୁର୍ଘଟଣାଗ୍ରସ୍ତ; ୭ମୃତ

ନୂଆଦିଲ୍ଲୀ: କାଜାକିସ୍ତାନର ଅଲମାଟି ବିମାନ ବନ୍ଦରରୁ ଟେକ ଅଫ୍ ନେଇ ଆକାଶରେ କିଛି ସମୟ ଉଡ଼ିବା ପରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ୭ଜଣ ଲୋକ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଉକ୍ତ ବିମାନଟି କାଜାକାସ୍ତାନର ସବୁଠୁ ବଡ଼ ସହର ଅଲମାଟିରୁ ଦେଶର ରାଜଧାନୀ ନୁରୁସୁଲ୍ତାନ ଯାଉଥିଲା।

ମିଳିଥିବା ରିପୋର୍ଟ ଅନୁୟାୟୀ ଏଯାବତ ୭ ଜଣ ଯାତ୍ରୀଙ୍କର ମୃତ ଦେହ ଉଦ୍ଧାର ହୋଇଛି। ବେକ ଏୟାର ଫ୍ଲାଇଟ୍ ୨୧୦୦ ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୭ଟା ୦୫ରେ ଅଲମାଟି ବିମାନ ବନ୍ଦରରୁ ଟେକ୍ ଅଫ୍ କରିଥିଲା। କିଛି ସମୟ ଆକାଶରେ ଉଡ଼ିବା ପରେ ବିମାନ ସହିତ ରାଡାରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଦୁର୍ଘଟଣାର ଶିକାର ହେବା ପରେ ବିମାନଟି ଯେଉଁ ସ୍ଥାନରେ ପଡ଼ିଥିଲା ସେଠାରେ ନିଆଁ ଲାଗିଯାଇଥିଲା। ଖାଲି ବିମାନ ନୁହେଁ ପାଖରେ ଥିବା ଘର ଗୁଡ଼ିକରେ ମଧ୍ୟ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି।

ବିମାନଟି ଦୁର୍ଘଟଣାର ଶିକାର ହେବା ପରେ ଘଟଣାସ୍ଥଳରେ ଦମକଳ ବିହାନୀ ପହଂଚି ନିଆଁ ଲିଭାଉଛନ୍ତି। ଏଥିସହ ବିମାନଟି ଖସି ପଡ଼ିଥିବା ସ୍ଥାନରେ ସ୍ଥାନୀୟ ଲୋକେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।