ଆସନ୍ତାକାଲିଠୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଝାରସୁଗୁଡା : ଆସନ୍ତାକାଲିଠାରୁ ଝାରସୁଗୁଡାକୁ ଉଡାଣ ଭରିବ ଏଲାଏନ୍ସ ଏୟାର ବିମାନ । କୋଲକାତାରୁ ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ୮ଟା ୧୦ରେ ବାହାରି ୯ଟା ୧୫ରେ ବିମାନ ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ବିମାନଟି ଝାରସୁଗୁଡାରେ ପହଞ୍ଚିବ । ଏହା ସହିତ ଝାରସୁଗୁଡାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ । ଏନେଇ ଏଲାଏନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ୍ ଶତପଥୀ ସୂଚନା ଦେଇଛନ୍ତି।