‘ଆମେ ମାରି ଖସାଇ ଦେଲୁ ବିମାନ, ଜଣେ ପାଇଲଟକୁ କରିଛୁ ଗିରଫ’: ପାକିସ୍ତାନର ଯୁକ୍ତି

ନୂଆଦିଲ୍ଲୀ: ଆଜି ସକାଳେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣ ପାଇଲଟ୍ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ସେନା ଏକ ଅଜବ ଯୁକ୍ତି ବାଢ଼ିଛନ୍ତି । ସେମାନଙ୍କ ମତରେ ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନକୁ ସେମାନେ ମାରି ତଳକୁ ପକାଇଦେଇଛନ୍ତି । ପାକ୍ ସେନା ଆହୁରୀ ମଧ୍ୟ ଦାବି କରିଛି କି, ଜଣେ ଭାରତୀୟ ପାଇଲଟଙ୍କୁ ବି ସେମାନେ ଗିରଫ କରିଛନ୍ତି । ଯେବେକି ଜଣେ ପାଇଲଟ ଲୁଚି ରହିଛନ୍ତି । ତେବେ ଭାରତ ପକ୍ଷରୁ ଏସଂପର୍କରେ ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏଠାରେ ଆମେ କହି ରଖୁଛୁ କି, ଭାରତୀୟ ବାୟୁସେନାର ଏକ ବିମାନ ବଡଗାମରେ ଖସିପଡିଥିବା ବେଳେ ଅନ୍ୟ ଏକ ବିମାପାକିସ୍ତାନୀ ସୀମାରେଖାରେ ଖସି ପଡିଥିଲା । ଅନ୍ୟପଟେ, ପାକସ୍ତାନର ଯୁଦ୍ଧ ବିମାନ ଆଜି ଭାରତୀୟ ଆକାଶ ସୀମା ଭିତରକୁ ପ୍ରବେଶ କରିଥିବା ସୂଚନା ମିଳିଛି । ପାକିସ୍ତାନର ୩ ଏଫ-୧୬ ଜେଟ୍ ଜମ୍ମୁକଶ୍ମୀର ରଜୌରୀ ଜିଲ୍ଳାର ନୌସେରା ସେକ୍ଟର ଭିତରକୁ ପାକିସ୍ତାନ ଯୁଦ୍ଧ ବିମାନ ପଶି ଆସିଥିଲା । ତେବେ ଭାରତୀୟ ବାୟୁସେନାର ଜବାବ ଯୋଗୁଁ ପାକିସ୍ତାନ ଯୁଦ୍ଧ ବିମାନ ଫେରିଯାଇଥିବା ସୂଚନା ମିଳିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରୁ ରଖି ଜମ୍ମୁକଶ୍ମୀରର ବିଭିନ୍ନ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି । ବର୍ଡରର ନିକଟବର୍ତି ଲେହ, ଜମ୍ମୁ, ଶ୍ରୀନଗର ଓ ପଠାନକୋଟ ବିମାନବନ୍ଦରେ ହାଇ ଆଲର୍ଟ ଜାରି କରାଯାଇଛି ।