ସମୁଦ୍ରରେ ବୁଡ଼ିଗଲା ଲାଇନ୍ ଏୟାରର ବୋଇଂ 737 MAX-8, ୧୮୧ ଯାତ୍ରୀ ନିଖୋଜ

ଭୁବନେଶ୍ବର : ଇଣ୍ଡୋନେସିଆର ବିମାନ ଦୁର୍ଘଟଣାଗ୍ରସ୍ତ । ଜାଭା ସମୁଦ୍ରରେ ବୁଡ଼ିଗଲା ଲାଇନ୍ ଏୟାରର ବୋଇଂ 737 MAX-8 । ଆଉ ୮ କ୍ରୁ ମେମ୍ବର ଏବଂ ୧୮୧ ଯାତ୍ରୀଙ୍କ ବାବଦରେ ଏଯାଏଁ ଖୋଜ୍ ଖବର ମିଳିନି । ସେମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ କରିବାର ୧୩ ମିନିଟ୍ ପରେ ଭୋରୁ ଭୋରୁ ଘଟିଛି ଏମିତି ଦୁର୍ଘଟଣା ।

ସମୁଦ୍ର ଭିତରେ ଚାଲିଛି ସର୍ଚ୍ଚ ଅପରେସନ। ଏହି ଠାରେ ସନ୍ଦେହ କରାଯାଉଛି ଇଣ୍ଡୋନେସିଆର ସେହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଛି । ବିମାନରେ ୮ ଜଣ କ୍ରୁ ମେମ୍ବର ଏବଂ ୧୮୧ ଜଣ ଯାତ୍ରୀ ଥିଲେ । ଯାତ୍ରୀମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଥିଲେ । ୧୨ ଘଣ୍ଟାରୁ ଅଧିକ ସମୟ ହେବ ସେମାନଙ୍କର କିଛି ପତ୍ତା ମିଳୁ ନଥିବା ବେଳେ ସେମାନଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ସକାଳ ୬ଟା ୨୦ ମିନିଟରେ ରାଜଧାନୀ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କଲା ଲାୟନ୍ ଏୟାରର ବୋଇଂ 737 MAX-8 । ପଙ୍ଗକଲ୍ ପିନାଙ୍ଗ୍ ଅଭିମୁଖେ ଏହା ଉଡ଼ାଣ କରିଥିଲା । କିନ୍ତୁ ସମୁଦ୍ର ଉପରକୁ ଯିବାର କେଇ ମିନିଟ୍ ଯାଇନି ପାଇଲଟ୍ ଫେରିବାକୁ ଚାହିଁଥିଲେ । ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ସହ ଯୋଗାଯୋଗ କରୁ କରୁ ତାଙ୍କୁ ଅନୁମତି ମିଳିଲା । କିନ୍ତୁ ସଙ୍ଗେ ସଙ୍ଗେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା । ଜାଭା ସମୁଦ୍ର ଉପକୂଳରୁ ବିମାନର କିଛି ସିଟ୍ କଭର୍ ଏବଂ ଯାତ୍ରୀଙ୍କର ମୋବାଇଲ୍ ଫୋନ୍ କଭର୍ ମିଳିଛି । ତେଣୁ ବିମାନଟି ଏହିଠାରେ ବୁଡ଼ି ଯାଇଥିବା ଆଶଙ୍କା କରାଯାଉଛି ।

ବିମାନର ପାଇଲଟ୍ ଥିଲେ ଦିଲ୍ଲୀ ମୟୂର ବିହାରର ୩୧ ବର୍ଷୀୟ ଭବ୍ୟେ ସୁନେଜା । ୨୦୧୧ରେ ଇଣ୍ଡୋନେସିଆର ଲାୟନ୍ ଏୟାର୍-ରେ ସେ ଯୋଗ ଦେଇଥିଲେ । ସୁନେଜାଙ୍କର ୬ ହଜାର ଘଣ୍ଟାର ଫ୍ଲାଇଟ୍ ଅଭିଜ୍ଞତା ଥିବା ବେଳେ ତାଙ୍କ ସହ ଥିବା କୋ-ପାଇଲଟ୍ ହର୍ବିନୋଙ୍କର ମଧ୍ୟ ୫ ହଜା ଘଣ୍ଟାର ଏକ୍ସପେରିଏନ୍ସ ଥିଲା । ପୁଣି ବିମାନଟି ମଧ୍ୟ ନୂଆ ଥିଲା । ସମୁଦ୍ର ପତନ ଠାରୁ ୧୧୧୩ ମିଟର ଉଚ୍ଚରେ ଥିବା ବେଳେ ଏୟାର୍ ଟ୍ରାଫିକ୍ କଂଟ୍ରୋଲ୍ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା

। ଉଡ଼ାଣର କିଛି ସମୟ ପରେ ବିମାନରେ କି ତ୍ରୁଟି ଦେଖାଦେଲା, ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ତଥାପି ଏୟାର୍ ଟ୍ରାଫିକ୍ ରାଡାର୍ ଏବଂ ବିମାନର ପତ୍ତା ମିଳିବା ପରେ କକପିଟ୍ ଭଏସ୍ ରେକର୍ଡରରୁ ତଥ୍ୟ ସଂଗ୍ରହ କରାଯିବ । ଇଣ୍ଡୋନେସିଆର ନାସନାଲ୍ କମିଶନ୍ ଫର୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବିଭାଗ, ବୋଇଂ ଦୁର୍ଘଟଣାର ତଦନ୍ତ କରିବ । ୨୦୧୪ ଇଣ୍ଡୋନେସିଆରେ ଏହା ବଡ଼ ବିମାନ ଦୁର୍ଘଟଣା । ୨୦୧୪ ଡିସେମ୍ବରରେ ସମୁଦ୍ରରେ ଏୟାର୍ ଏସିଆର ଏବ ବୋଇଂ ବିମାନ ବୁଡ଼ି ଯାଉଥିଲା । ଯେଉଁଥିରେ କ୍ରୁ ମେମ୍ବରଙ୍କୁ ମିଶାଇ ୧୬୨ ଜଣ ନେଇଥିଲେ ସଲୀଲ ସମାଧି ।