ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

ନୂଆଦିଲ୍ଳୀ: ଯଦି ଆପଣ ଆସନ୍ତା ମାସ ଦିଲ୍ଳୀରୁ ଶିରିଡ଼ି ଯିବାର ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଆଇଆର୍‌ସିଟିସିର ଶିରିଡ଼ି ଟୁର୍‌ ପ୍ୟାକେଜ୍‌ ବିଷୟରେ ଚିନ୍ତା କରିବା ଉଚିତ। ଏହି ଟୁର୍‌ ପ୍ୟାକେଜ୍‌ର ନାମ ଦିଲ୍ଲୀ-ଶିରିଡ଼ି ଫ୍ଲାଇଟ୍‌ ପ୍ୟାକେଜ୍‌। ଏହି ପ୍ୟାକେଜ୍‌ ଜରିଆରେ ନଭେମ୍ବର ୧୬, ଡିସେମ୍ବର ୭ ଏବଂ ଡିସେମ୍ବର ୨୧ ତାରିଖରେ ଯାତ୍ରୀମାନେ ଯାତ୍ରାରମ୍ଭ କରିପାରିବେ। ଗୋଟିଏ ରାତି ଓ ଦୁଇ ଦିନର ଏହି ପ୍ୟାକେଜର ଦର ରହିଛି ଲୋକପିଛା ୧୪,୯୫୦ ଟଙ୍କା। ଏହି ପ୍ୟାକେଜ୍‌ରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ମଧ୍ୟ ରହିଛି।

ଏସ୍‌ଜି-୯୪୬ ବିମାନରେ ଯାତ୍ରୀମାନେ ଦିଲ୍ଲୀରୁ ୧୨.୪୫ରେ ବାହାରି ଶିରିଡ଼ିରେ ୨.୩୫ରେ ପହଞ୍ଚିବ। ସେହିପରି ଏସ୍‌ଜି-୯୪୨ ବିମାନଟି ଦିଲ୍ଲୀରୁ ୩.୦୫ରେ ଉଡ଼ାଣ ଭରି ୪.୪୫ରେ ପହଞ୍ଚିବ।