ପାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା

କରାଚୀ : ପାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଥିବା ସୂଚନା । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାନ୍ସ ବିମାନ ଦୁର୍ଘଟଣା । ଅବତରଣର ମାତ୍ର ୧ ମିନିଟ ପୂର୍ବରୁ ଆକାଶରୁ ଖସି ପଡିଲା ବିମାନ । କେଉଁ କାରଣରୁ ଏଭଳି ବଡ ଧରଣର ଦୁର୍ଘଟଣା ହେଲା ତାହା ସ୍ପଷ୍ଟ ହୋଇନି ।

ତେବେ ଲ୍ୟାଣ୍ଡି ପୂର୍ବରୁ କରାଚୀ ବିମାନବନ୍ଦର ପାଖରେ ବଡ ଦୁର୍ଘଟଣା ହୋଇଛି । ଲାହୋରରୁ କରାଚୀ ଯାଉଥିଲା ଏହି ଯାତ୍ରୀବାହୀ ବିମାନ । ତେବେ ବିମାନରେ ପ୍ରାୟ ୯୯ ଜଣ ଯାତ୍ରୀ ଥିଲେ । ୮ ଜଣ କ୍ରିୟୁ ମେମ୍ବର ଥିଲେ ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ।

ସେପଟେ ବିମାନ ଖସି ପଡିବା ପରେ ଦେଖୁ ଦେଖୁ ଜଳିଯାଇଥିଲା । ଆକାଶରେ ଦୁର୍ଘଟଣା ପରେ ଏହି ବିମାନ ଜନବସତି ଉପରେ ଖଡି ପଡିଥିଲା । ବିମାନ ଖସିବା ପରେ ଅନେକ ଘରେ ମଧ୍ୟ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡିବାକୁ ଲାଗିଥିଲେ । ତେବେ କଳାଧୂଆଁରେ ଖଣ୍ଡମଣ୍ଡଳ ଭରିଥିବା ପରେ କରାଚୀ ଆକାଶରେ ଘୋଟି ଆସିଥିଲା କଳାଧୂଆଁ ।