ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଆଇଏଏସ୍‌ ପିକେ ମିଶ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ...

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍‌। ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି।

ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠତମ ତାଲିକାରେ ଥିବା ପ୍ରମୋଦ କୁମାର ମିଶ୍ରଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହୋଇଥିଲା।

ପିକେ ମିଶ୍ର ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୧୯ ମେ ୧୭ ତାରିଖରେ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛନ୍ତି।ପୂର୍ବରୁ ଓଡିଶାର ରେଙ୍ଗାଲୀ ଡ୍ୟାମ ପ୍ରୋଜେକ୍ଟରେ ମଧ୍ୟ କାମ କରି ସାରିଛନ୍ତି ପ୍ରମୋଦ। ତାଙ୍କ ବ୍ୟତୀତ ବେଶ କିଛି ଓଡ଼ିଆ ମୋଦି ସରକାରରେ ବଡ଼ ପଦବୀରେ ଅଛନ୍ତି। ଏପରିକି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମଧ୍ୟ ଜଣେ ଓଡ଼ିଆ।

Spread the love
Categories
ଓଡିଶାବଡ ଖବର

RELATED BY

  • ଓଡ଼ିଶାରେ ନକଲି ସାମ୍ପୁ

    ବଲାଙ୍ଗୀର: ଘରେ ଘରେ ପରିଚିତ କ୍ଲିନିକ ପ୍ଲସ ସାମ୍ପୁର ନକଲି ଏବେ ବଜାରରେ ଦେଖିବାକୁ ମିଳିଛି | କିଛି ଏଭଳି ଅଭିଯୋଗ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ଆସିଛି | ବଜାରରେ ପ୍ୟାକେଟ୍ ପ୍ୟାକେଟ୍ ନକଲି ସାମ୍ପୁ ବିକ୍ରି ହେଉଥିବାବେଳେ ଏବେ ଏହାର...
  • ମଙ୍ଗୁମଠକୁ ନ ଭାଙ୍ଗିବାକୁ ନବୀନଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

    ପୁରୀ:ପୁରୀର ବହୁ ପୁରାତନ ମଙ୍ଗୁ ମଠ ଉଚ୍ଛେଦ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ଏକ ଟ୍ୱିଟ୍‌ କରି କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହି ମଠ ଗୁରୁ ନାନକଙ୍କ...
  • ଗୋଦାବରୀ ନଦୀରେ ଲଞ୍ଚ୍ ବୁଡି ୨୩ ନିଖୋଜ

    ଦେବୀପଟ୍ଟନମ :ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଲଞ୍ଚ୍ ବୁଡି ୨୩ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି। ପୋଲିସ ଓ ଉଦ୍ଧାରକାରୀ ଟିମ୍ ଦ୍ଵାରା ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆନ୍ଧ୍ରପ୍ରଦେଶର...
  • ନନ୍ଦନକାନନରେ ଅସୁସ୍ଥ ଦନ୍ତାହାତୀ ଚନ୍ଦନ ମୃତ

    ବାରଙ୍ଗ: ଶନିବାର ରାତିରେ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ହାତୀଶାଳରେ ରହୁଥିବା ଅସୁସ୍ଥ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ଘଟିଛି । ଅସୁସ୍ଥ ହୋଇପଡ଼ିଥିବା ଚନ୍ଦନକୁ ଆସାମ ଷ୍ଟେଟ୍‌ ଓ ସେଣ୍ଟର୍‌ ଫର୍‌ ଓ୍ଵାଇଲ୍‌ଡ୍‌ ଲାଇଫ୍‌ ହେଲ୍‌ଥ୍‌ ଓଡ଼ିଶାର ପ୍ରବୀଣ ପଶୁଚିକିତ୍ସକମାନଙ୍କ...