ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦
ଏପ୍ରିଲ ୧୭ରେ ହେବ ଭୋଟ୍ , ମେ ୨ରେ ଭୋଟ୍ଗଣତି
ଭୁବନେଶ୍ଵର : ପିପିଲି ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ । ମାର୍ଚ୍ଚ ୩୧ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଏପ୍ରିଲ ୩ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଏପ୍ରିଲ ୧୭ରେ ହେବ ଭୋଟ୍ ଗ୍ରହଣ । ସକାଳ ୭ରୁ ସଂଧ୍ୟା ୬ଯାଏ ଭୋଟ୍ ଗ୍ରହଣ କରାଯିବ । ମେ ୨ରେ ଭୋଟ୍ଗଣତି କରାଯିବ । ମେ ୪ସୁଦ୍ଧା ସରିବ ଉପନିର୍ବାଚନ ପ୍ରକ୍ରିୟା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ତେବେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ । ଏଥିରେ ଆଗରେ ଅଛି ବିଜେଡି । ପ୍ରାର୍ଥୀ ଚୟନ ଲାଗି ଦଳ ପୂର୍ବରୁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ଏବେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ନେତାଙ୍କୁ ଦେଇଛି ପଞ୍ଚାୟତ ଦାୟିତ୍ୱ । ପିପିଲି ବ୍ଲକର ୨୫ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେଡି ଦେଇଛି । ସେହିଭଳି ଡେଲାଙ୍ଗ ବ୍ଲକର ୨୧ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦେଇଛି ଦଳ । ୧୬ ୱାର୍ଡ ବିଶିଷ୍ଟ ପିପିଲି ଏନଏସି ଦାୟିତ୍ୱ ସୁଧିର କୁମାର ସାମଲଙ୍କୁ ଦେଇଛି ବିଜେଡି ।