ପୁଣି ଘୁଞ୍ଚିଲା ପିପିଲି ଉପ ନିର୍ବାଚନ ତାରିଖ : ୧୬ରେ ଭୋଟ ଗ୍ରହଣ, ୧୯ ତାରିଖରେ ଗଣତି

ଭୁବନେଶ୍ୱର: ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ। ଆସନ୍ତା ମେ’ ୧୬ ତାରିଖରେ ହେବ ପିପିଲି ଉପ-ନିର୍ବାଚନ। ୧୯ ତାରିଖରେ ହେବ ଭୋଟ ଗଣତି । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା। କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
୧୩ ତାରିଖରେ ଇଦ୍-ଉଲ-ଫିତର ପଡୁଥିବାରୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କୋଭିଡ କଟକଣା ସହ ନିର୍ବାଚନ ହେବାକୁ ଥିବା ବେଳେ କୋଭିଡ ଗାଇଡଲାଇନ ମାନିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କୁ ଗୋଟିଏ ଲେଖାଏଁ ଗ୍ଲୋଭସ୍ ଦିଆଯିବ ବୋଲି ସେ କହିଛନ୍ତି।
ପିପିଲିରେ କୋଭିଡ ଗାଇଡଲାଇନକୁ ଅନୁପାଳନ କରାଯିବ । ସମସ୍ତ କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ କରାଯିବ । ସେପଟେ ଯେହେତୁ ତାରିଖ ଘୁଞ୍ଚାଯାଇଛି ଭୋଟରଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବା ନେି ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ । ପୂର୍ବରୁ ଯେଉଁଭଳି ଭାବରେ ସଭା, ସମିତି କିମ୍ବା ପ୍ରଚାର କରାଯାଉଥିଲା । ପ୍ରଚାର ଉପରେ ମଧ୍ୟ ରୋକ ଲଗାଯାଇଛନ୍ତି ନିର୍ବାଚନ କମିସନ । ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ ମାନେ ପ୍ରଚାର କରିବେ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ।

ପ୍ରଚାରରେ ସାମିଲ୍ ଦଳୀୟ କର୍ମୀଙ୍କୁ ମାସ୍କ, ସାନିଟାଇଜର ଦିଆଯିବ । ଏ ସବୁ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚରେ ସାମିଲ୍ କରାଯିବ । କୌଣସି ପ୍ରାର୍ଥୀକୁ ରାଲି କରିବାକୁ ଅନୁମତି ଦିଆଯବି ନାହିଁ । ଭର୍ଚୁଆଲରେ ପ୍ରଚାର କରାଯିବ । ଭୋଟିଂର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ।

pipili by election date change to 16th may