ପିଙ୍କଥନ୍ ପକ୍ଷରୁ ଦୌଡ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ପିଙ୍କଥନ୍ ନାମକ ଏକ ସଂସ୍ଥା ପକ୍ଷରୁ ୨୦ ତାରିଖରେ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ରାଲି ସାହାର୍ଯ୍ୟରେ ବିଶେଷକରି ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସମ୍ପର୍କରେ ଅବଗତ କରାଇବା ହେଉଛି ଏହାର ମୂଳ ଲକ୍ଷ୍ୟ । ଏହି ରାଲିରେ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଦୌଡ ପ୍ରତିଯୋଗିତାର କାର୍ଯ୍ୟକ୍ରମ ରହିଥିଲା । ଏଥିରେ ପ୍ରାୟ ୧୦୦ରୁ ଅଧିକ ମହିଳା ପ୍ରତିଯୋଗୀ ସହ ସଂସ୍ଥାର ଅନ୍ୟ କର୍ମଚାରୀମାନେ ମଧ୍ୟ ସାମିଲ ଥିଲେ ।

ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ, ନ୍ୟାସନାଲ ସଟ୍ ଫୁଟର ଅଂଶୀକାଙ୍କ ସହ ପିଙ୍କଥନ୍ ର ଆମ୍ବାସଡର ମୌସୁମୀ ମିଶ୍ର ସେଠାରେ ଉପସ୍ଥିତ ରହି ଦୌଡ ପ୍ରତିଯୋଗିତାର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ୟୁନାଇଟେଡ୍ ସିଷ୍ଟର ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ପିଙ୍କଥନ୍ ର ଏହି ଦୌଡ ପ୍ରତିଯୋଗିତା ୬ ଟାରେ ଆରମ୍ଭ ହୋଇଥିଲା । ଏଥିରେ ୫ଟି ଦେଶରେ ପ୍ରାୟ ୧୨ ହଜାରରୁ ଅଧିକ ମହିଳା ସାମିଲ ଥିଲେ । ଏହାସହ ଭାରତର ୧୦୦ରୁ ଅଧିକ ସହରରେ ୫ କିଲୋମିଟର ଦୌଡ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହା ଭୁବନେଶ୍ୱରର କିଟ୍ ଠାରୁ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଟେକନୋଲୋଜି ପର୍ଯ୍ୟନ୍ତ ଏବଂ ପୁଣିଥରେ ଫେରି କିଟ୍ ପର୍ଯ୍ୟନ୍ି ଏହି ପ୍ରତିଯୋଗିତା ହୋଇଥିଲା । ପ୍ରତିଯୋଗିତା ଶେଷର ବିଜେତା ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।