ଚାନ୍ଦିପୁରରୁ ପିନାକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ

ଚାନ୍ଦିପୁର : ପିନାକ ଏମକେ-ଆଇ ରକେଟର ଉନ୍ନତ ସଂସ୍କରଣକୁ ପରୀକ୍ଷା କରାଯାଇଛି। ବୁଧବାର ଓଡ଼ିଶା ଉପକୂଳରେ ହୋଇଥିବା ପରୀକ୍ଷଣ ସଫଳ ହୋଇଛି ବୋଲି ପ୍ରତିରକ୍ଷା ଗବେଷଣା ବିକାଶ ସଙ୍ଗଠନ (ଡିଆରଡିଓ) କହିଛନ୍ତି। ପ୍ରୁଫ ଏଣ଼୍ଡ ଏକ୍ସେପେରିମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟରେ ହୋଇଥିବା ପରୀକ୍ଷଣରେ ମୋଟ ୬ଟି ରକେଟକୁ ସାମିଲ କରାଯାଇଥିଲା ଓ ସମସ୍ତ ପରୀକ୍ଷଣ ମିସନ ଉଦ୍ଦେଶ୍ୟକୁ ପୂରଣ କରିଥିବା କୁହାଯାଇଛି।

ପିନାକ ଏମକେ-ଆଇ ଅତ୍ୟାଧୁନିକ ଦିଶାନିର୍ଦେଶିତ (ଗାଇଡେଡ) ରକେଟ୍। ତେବେ ଏହା ପୂର୍ବରୁ ଏପରି ନଥିଲା। ସେହିପରି ପୂର୍ବ ସଂସ୍କରଣ ଅପେକ୍ଷା ଏହାର ସଠିକତା ଓ ଲକ୍ଷ ଅନୁସନ୍ଧାନ ଦୂରତା ମଧ୍ୟ ଅଧିକ। ପିନାକ ଲାଗି ଡିଆରଡିଓର ହାଇଦ୍ରାବାଦ ଗବେଷଣା କେନ୍ଦ୍ର (ଆରସିଆଇ) ଦିଶାନିର୍ଦ୍ଦେଶନ ଓ ନିୟନ୍ତ୍ରଣ କିଟ୍ ବିକଶିତ କରିଥିଲେ। ସେହିପରି ଏହାର ଆକ୍ରମକ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି।
ନୂତନ ସଂସ୍କରଣକୁ ରେଞ୍ଜ ଇନଷ୍ଟ୍ରୁମେଣ୍ଟ ଯେପରିକି ଟେଲିମେଟ୍ରି, ରାଡାର ଓ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଜରିଆରେ ଟ୍ରାକ୍‌ କରାଯାଇଥିଲା। ପିନାକର ଆଧୁନିକ ସଂସ୍କରଣକୁ ପୁର୍ବରୁ ନିର୍ମିତ ରକେଟ ସ୍ଥାନରେ ଉପଯୋଗ କରାଯିବ ବୋଲି ଜଣାପଡିଛି।

pinak missile flight tested successfully from chandipur drdo odisha