କନେଷ୍ଟବଳଙ୍କ ଉପରେ ଚଢ଼ିଗଲା ପିକ୍‌ଅପ୍ ଭ୍ୟାନ୍

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ଉପରେ ଏକ କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଜତ ପାଣିଗ୍ରାହୀ। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋରରେ...

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ଉପରେ ଏକ କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଜତ ପାଣିଗ୍ରାହୀ। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆଜି ଭୋରରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାବରଙ୍ଗ ଏରଡ଼ା ନିକଟରେ କୋଇଲା ଚୋରା ଚାଲାଣ କରୁଥିବା ବେଳେ ଏହି ପିକ୍‌ଅପ୍‌ ଭ୍ୟାନ୍‌କୁ ପୁଲିସ୍ ଧରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ଗାଡ଼ିଟି କନଷ୍ଟେବଲ୍‌ ରଜତ ପାଣିଗ୍ରାହୀଙ୍କୁ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା। ଏହାପରେ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା। ଆହତ ରଜତଙ୍କୁ ପ୍ରଥମେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଥିବା ବେଳେ ପୁଲିସ୍ ତାକୁ ଧରିବାକୁ ଉଦ୍ୟମ ଜାରି ରଖିଛି।

Spread the love
Categories
ଓଡିଶା

RELATED BY