ଗବେଷଣାରୁ ଆସିଲା ନୂଆ ତଥ୍ୟ : ଜାଣନ୍ତୁ ସେକ୍ସ କରିବା ସହ କଣ ରହିଛି ଆୟୁଷ ବଢିବା କମିବାର ସଂପର୍କ

ନୂଆଦିଲ୍ଲୀ : ନିଜ ବଂଶ ରକ୍ଷା ଲାଗି ଶାରୀରିକ ସଂପର୍କ ରଖିବାକୁ ହୁଏ । ହେଲେ ଅନେକ ସେକ୍ସ କରିବାକୁ ପସନ୍ଦ କରନ୍ତି । କିନ୍ତୁ ଅଧିକ ସେକ୍ସ କରିବା ଯେ ମଣିଷର ଆୟୁଷ କମ କରେ ତାହା ହୁଏତ ଅନେକଙ୍କୁ ଜଣା ନଥିବ । ଏମିତି ତଥ୍ୟ ଏବେ ଏକ ଗବେଷଣାରୁ ଜଣା ପଡିଛି ।
ଆୟୁ ବଢ଼ାଇବା ପାଇଁ ଅନେକ କମ୍‌ ଶାରୀରିକ ସମ୍ପର୍କ ରଖିବା । ଏହାଦ୍ୱାରା ଆୟୁର ସୀମା ବୃଦ୍ଧି ପାଏ ବୋଲି ତେଲ୍‌ ଅଭିଭ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଶାକାହାରୀ ତଥା ଜୀବନରେ କମ୍‌ ଶାରୀରିକ ସମ୍ପର୍କ ରଖୁଥିବା ଲୋକଙ୍କ ଆୟୁ ସୀମା ବଢ଼ିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ଗବେଷକ ଏନେଇ ୧୧ ହଜାର ୧୪ ସରିସୃପଙ୍କ ଉପରେ ଅଧ୍ୟୟନ କରିଥିଲେ। ସେଥିମଧ୍ୟରେ ୬୭୨ ଝିଟିପିଟି ଏବଂ ୩୩୫ ସାପ ଥିଲେ। ଜଣାପଡ଼ିଥିଲା କମ୍‌ ଶାରୀରିକ ସମ୍ପର୍କ ରଖିଥିବା ଏବଂ ଶାକାହାରୀ ସରିସୃପ ଅଧିକ ଦିନ ଜୀବିତ ରହିଥାନ୍ତି। ଶାରୀରିକ ସମ୍ପର୍କ ଦ୍ୱାରା ଗର୍ଭଧାରଣ ଏବଂ ଅଣ୍ଡା ଦେବା ଦ୍ୱାରା ଏଭଳିପ୍ରାଣୀଙ୍କ ଉପରେ ଅଧିକ ମାନସିକ ଏବଂ ଶାରୀରିକ ଚାପ ପଡ଼ିଥାଏ। ଫଳରେ ସେମାନଙ୍କଠାରେ ଏକ ପ୍ରକାର ହରମୋନ୍‌ କ୍ଷରଣ ହୋଇଥାଏ। ଏହାଯୋଗୁ ସେମାନଙ୍କ ଶୀଘ୍ର ମୃତ୍ୟୁ ଘଟିଥାଏ। ଏହା ମନୁଷ୍ୟ ସମେତ ଅନ୍ୟ ପ୍ରାଣୀଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହୋଇପାରିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।