PhD ନାମ ଲେଖାଇବା ପାଇଁ NET-JRF ଉତ୍ତୀର୍ଣ୍ଣଙ୍କ ପାଇଁ ରହିବ ୬୦% ସଂରକ୍ଷଣ

UGCର ବଡ ଘୋଷଣା

PhD ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ UGC ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ପିଏଚଡିରେ ୬୦ ପ୍ରତିଶତ ସ୍ଥାନରେ NET ଓ JRF ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ନାମ ଲେଖାଇବା ପାଇଁ ସୁଯୋଗ ଦିଆଯିବ। ଏନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କୁ ୟୁଜିସି ପକ୍ଷରୁ ପ୍ରସ୍ତାବ ପତ୍ର ପଠାଯାଇଛି । ଏହା ବ୍ୟତିତ ୪୦ ପ୍ରତିଶତ ସ୍ଥାନରେ କମ୍ୱାଇନ୍ ରିସର୍ଚ୍ଚ ଏଣ୍ଟ୍ରାନ୍ସ ଟେଷ୍ଟ (CRET) ରେ କୃତ କାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀମାନେ ନାମ ଲେଖାଇପାରିବେ । NET ଓ JRF ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀମାନଙ୍କ ପାଇଁ ଏହା ଏକ ଖୁସି ଖବର ଅଟେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ଆୟୋଜିତ ହେଉଥିବା NET/JRF ଯାହାଦ୍ୱାରା ଭାରତୀୟ ବିଶ୍ୱ ବିଦ୍ୟାଳୟମାନଙ୍କରେ ପିଏଚଡି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତା ପରୀକ୍ଷା କରାଯାଇଥାଏ । ସଂଶୋଧିତ ନିୟମକୁ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ନୂଆ ନିୟମର ସୂଚନା ଖୁବ ଶୀଘ୍ର ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗର ଆନୁଷ୍ଠାନିକ ୱେବସାଇଟରେ ସର୍ବସାଧାରଣ କରାଯିବ ।