୩ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରିବେ ଏକକ ପିଜି ପରୀକ୍ଷା

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । କଳା ବିଭାଗରେ ହେବାକୁ ଥିବା ପରୀକ୍ଷା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ସମୟ ଧାର୍ଯ୍ୟ ସହ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ।

ସେହିପରି ବାଣିଜ୍ୟ ଓ ବିଜ୍‌ନେସ୍‌ ଆଡମିନିଷ୍ଟେସନ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବଂ ବିଜ୍ଞାନ ବିଭାଗ ପାଇଁ ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। ଏଥିସହ କେଉଁ ଆଧାରରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଚୟନ ହେବେ, ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ କମନ୍‌ ଷ୍ଟୁଡେଂଟ ଲାଇଫ୍‌ ସାଇକେଲ୍ ମ୍ୟାନେଜମେଂଟ ସିଷ୍ଟମ, ଲର୍ଣ୍ଣିଂ ମ୍ୟାନେଜ୍‌ମେଂଟ ସିଷ୍ଟମ, ଏକ୍ସାମିନେସନ ମ୍ୟାନେଜ୍‌ମେଂଟ ସିଷ୍ଟମ ଆଦି ଉପରେ ବି ଆଲୋଚନା ହୋଇଛି।