ଭୁବନେଶ୍ୱର ପେଟ୍ରୋଲ ପମ୍ପରେ ବ୍ଲାଷ୍ଟ୍‌ ଘଟଣା: ଏହି କାରଣ ଯୋଗୁ ନିଆଁ ଲାଗିଥିବା ସୂଚନା

ଭୁବନେଶ୍ୱର: ଏଲପିଜି ଲିକେଜ୍‌ରୁ ନିଆଁ ଲାଗି ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଗତକାଲି ଘଟିଥିଲା ଭୟଙ୍କର ବିସ୍ଫୋରଣ । ପ୍ରାଥମିକ ତଦନ୍ତ ପରେ ଏପରି ସୂଚନା ଦେଇଛନ୍ତି ପେସୋ ( Petroleum And Explosives Safety Organisation) ର ଉପମୁଖ୍ୟ କଣ୍ଟ୍ରୋଲର ।

ତାଙ୍କ ସୂଚନା ମୁତାବକ, ଟାଙ୍କିରେ ନାଇଟ୍ରୋଜେନ୍ ଦେଇ ଏଲ୍‌ପିଜି ଭର୍ତ୍ତି ବେଳେ ଲିକେଜ୍ ହୋଇଥିଲା। ଲିକେଜ୍ ହେବା ପରେ ନିଆଁ ଲାଗି ଯାଇଥିଲା, ପରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ବେଳେ ଟାଙ୍କିରେ ସାଢ଼େ ୪ ଟନ୍ ଏଲ୍‌ପିଜି ରହିଥିଲା ପ୍ରାଥମିକ ତଦନ୍ତ ସରିଛି, ବିସ୍ତୃତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବୁ ବୋଲି କହିଛନ୍ତି ପେସୋର ଉପମୁଖ୍ୟ କଣ୍ଟ୍ରୋଲର।

ସୂଚନାଯୋଗ୍ୟ, ଗତକାଲି ଘଟିଥିବା ଏହି ଭୟଙ୍କର ବିସ୍ଫୋରଣ ପରେ କ୍ୟାପିଟାଲ ହସ୍ପିଟାଲରେ ୮ ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ୨ ଗୁରୁତରଙ୍କୁ କଟକ SCB ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ଭୋରରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତାହତ ଘଟଣା ସଂପର୍କରେ ପୋଲିସ ତଦନ୍ତ କରୁଛି।