ହ୍ରାସ ପାଇଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଆଜି ପେଟ୍ରୋଲ ଦର ୮ରୁ୯ ପଇସା ଶସ୍ତା ହୋଇଛି । କିନ୍ତୁ ଡିଜେଲର ଦାମରେ ୫-୬ ପଇସା ଅଭିବୃଦ୍ଧି ଘଟିଛି । ପ୍ରାୟ ୭ଦିନ ପରେ ଡିଜେଲ ଦାମରେ ପରିବର୍ତନ ଦେଖିବାକୁ ମିଳିଛି । ଗତକାଲି ଡିଜେଲ ଦାମରେ ୬ ପଇସାର ବୃଦ୍ଧି ଘଟିଥିଲା । କିନ୍ତୁ ପେଟ୍ରୋଲ ଦାମରେ କୌଣସୀ ପରିବର୍ତନ ହୋଇନଥିଲା ।

ବର୍ତମାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ୭୩.୦୩ ଡଲାର ରହିଛି । ଚଳିତ ସପ୍ତାହରେ ଏହାର ଦାମ ୭ ପ୍ରତିଶତ କମ ହୋଇଛି । ତେଣୁ ଭାରତୀୟ ବଜାରରେ ପେଟ୍ରୋଲ ଦାମ ହ୍ରାସ ପାଇଛି ।

ଦାମ୍ କମ ହେବା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୧.୧୦ ଟଙ୍କା ରହିଛି । କୋଲକାତାରେ ଏହା ୭୩.୧୭ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୭୬.୭୧ ଟଙ୍କା ରହିଛି ।