ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୬ଷ୍ଠ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୭ ପଇସା ଓ ୫୯ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି।

ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ରବିବାର ଦିନ ପ୍ରଥମ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥିଲା। ୬ଷ୍ଠ ଦିନ ଭିତରେ ପେଟ୍ରୋଲ ଦର ୩ ଟଙ୍କା ୩୧ ପଇସା ଓ ଡିଜେଲ ଦର ୩ ଟଙ୍କା ୪୨ ପଇସା ଲେଖାଏ ବୃଦ୍ଧି କରାଯାଇଥିବା ରିପୋର୍ଟରେ ପ୍ରକାଶ।

ବର୍ଦ୍ଧିତ ଦର ସହ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ୫୭ ପଇସା ଛୁଇଁଥିବା ବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୮୧ପଇସା ପହଞ୍ଚିଛି।

କୋଲକାତାରେ ପେଟ୍ରୋଲ ୭୬ଟଙ୍କା ୪୮ପଇସା ଓ ଡିଜେଲ ୬୮ଟଙ୍କା ୭୦ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୮୧ଟଙ୍କା ୫୩ପଇସା ଓ ପେଟ୍ରୋଲ ଦର ୭୧ଟଙ୍କା ୪୮ପଇସାରେ ପହଞ୍ଚିଛି।

ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୫ ଟଙ୍କା ୦୭ ପଇସା ଓ ୭୧ ଟଙ୍କା୧୦ ପଇସା ରହିଛି ।