ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ ହେବା ପରେ ପେଟ୍ରୋଲ ଦର କ୍ରମାଗତ ଭାବେ ଷଷ୍ଠ ଦିନରେ ହ୍ରାସ ପାଇଛି । ସେହିପରି ଡିଜେଲ ଦର କ୍ରମାଗତ ଭାବେ ୨ୟ ଦିନରେ ହ୍ରାସ ପାଇଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୧୩ ପଇସା ହ୍ରାସ ପାଇଛି । ସେହିପରି ଡିଜେଲ ଲିଟର ପିଛା ପୂର୍ବ ଦର ଅପେକ୍ଷା ୭ ପଇସା କମ ହୋଇଛି । କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୩ ପଇସା ଓ ଡିଜେଲ ଲିଟର ପିଛା ୩ ପଇସା ଶସ୍ତା ହୋଇଛି । ବିଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ପ୍ରାୟ ୫୫ ପଇସା ହ୍ରାସ ପାଇଛି ।
ଦିଲ୍ଲୀରେ ମଙ୍ଗଳବାର ସକାଳୁ ପେଟ୍ରୋଲ ଲିଟର ପିଛା ୧୩ ପଇସା ହ୍ରାସ ପାଇବା ପରେ ବର୍ତ୍ତମାନ ଦର ୭୨ଟଙ୍କା ୮୬ ପଇସିାରେ ପହଂଚିଛି । ସେହିପରି ଡିଜେଲ ଲିଟର ପିଛା ହ୍ରାସପାଇ ୬୬ଟଙ୍କାରେ ପହଂଚିଛି । କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦର କ୍ରମାଗତ ଭାବେ ୭୫.୫୦ ଟଙ୍କା, ୭୮.୪୮ ଟଙ୍କା ଓ ୭୫.୬୭ ଟଙ୍କା ରହିଛି । ସେହିପରି ଡିଜେଲ ଦର କ୍ରମାଗତ ଭାବେ ୬୮.୧୭ ଟଙ୍କା, ୬୯.୧୭ ଟଙ୍କା ଓ ୬୯.୭୨ ଟଙ୍କା ହୋଇଛି ।