ଭୁବନେଶ୍ୱର : ବର୍ତ୍ତମାନ ଦେଶରେ କରୋନା କଟକଣା । ସେଥିପାଇଁ ରୋଜଗାର ହରାଇଲେଣି କୋଟି କୋଟି ଲୋକ । ଏହି ସମୟରେ ସରକାର ଖାଉଟିଙ୍କ ଉପରେ ବୋଝ ଲଡିଦେଇଛନ୍ତି । ଆଜି କେନ୍ଦ୍ର ସରକାର ପୁଣି ବଢାଇଲେ ପେଟ୍ରୋଲ, ଡିଜେଲ ଦର । ଏହାସହ ଆଜିକୁ ମିଶାଇ ଲଗାତାର ୧୦ମ ଦିନ ପାଇଁ ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୭ ପଇସା ଓ ୫୭ ପଇସା ବୃଦ୍ଧି ପାଇଛି । ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି । ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ଗତ ରବିବାର ଦିନ ପ୍ରଥମ ଥର ପାଇଁ ତୈଳ ଦର ବୃଦ୍ଧି କରାଯାଇଥିଲା ।
୧୦ ଦିନ ଭିତରେ ତୈଳ ଦର ୫ ଟଙ୍କାରୁ ଅଧିକ ବୃଦ୍ଧି ପାଇଲାଣି । ବର୍ଦ୍ଧିତ ଦର ଅନୁସାରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୬.୭୩ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୭୫.୧୯ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୬.୪୭ ଏବଂ ଡିଜେଲ ୭୨.୫୭ ଟଙ୍କା ହୋଇଯାଇଛି ।