ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ସଙ୍କଟରେ ମଧ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। ଲଗାତର ୧୩ ଦିନ ପାଇଁ ବଢିଲା ତୈଳ ଦର । ଆଜି ପେଟ୍ରୋଲ ୫୬ ଓ ଡିଜେଲ ୩୬ ପଇସା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲ ଦର ୭୮ଟଙ୍କା ୩୭ ପଇସା ହୋଇଥିବା ବେଳେ ଡିଜେଲ ୭୭ ଟଙ୍କା ୬ ପଇସାକୁ ବୃଦ୍ଧି ପାଇଛି ।

ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ପାର୍‌ କରିଛି । ଗତ ୧୩ ଦିନ ମଧ୍ୟରେ ପେଟ୍ରୋଲ ୭ଟଙ୍କା ବୃଦ୍ଧି ହୋଇଥିବାବେଳେ ଡିଜେଲ ପ୍ରାୟ ୮ ଟଙ୍କା ମହଙ୍ଗା ହେଲାଣି । ସେହିପରି ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ୭୮ଟଙ୍କା ୯୨ ପଇସା ଥିବାବେଳେ ଡିଜେଲ ଦର ରହିଛି ୭୫ଟଙ୍କା ୨୮ପଇସା। ଜୁନ୍‌ ୭ରୁ କ୍ରମାଗତ ଭାବେ ବଢିଚାଲିଛି ତୈଳ ଦର । ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।