ବ୍ୟାନ ହେଲା କୃଷି କୀଟନାଶକ ପାରାକ୍ୱେଟ୍ ଓ ଗ୍ଲିଫୋସେଟ୍

ଭୁବନେଶ୍ୱର:ଫସଲରେ ପକାଯାଉଥିବା ପାରାକ୍ୱେଟ୍ ଓ ଗ୍ଲିଫୋସେଟ୍ କୀଟନାଶକକୁ ବ୍ୟାନ କରାଯାଇଛି । ଏନେଇ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଚିଠି ପଠାଯାଇଛି । 

ଆଜି କୃଷି ନିର୍ଦ୍ଦେଶାଳୟ ତରଫରୁ ସମସ୍ତ ଜିଲ୍ଲାର କୃଷି ଅଧିକାରୀଙ୍କୁ ୨ଟି କୀଟନାଶକ ବ୍ୟାନ ପାଇଁ ଚିଠି କରାଯାଇଛି । ଏଥିରେ ପାରାକ୍ୱେଟ୍ ଓ ଗ୍ଲିଫୋସେଟ୍ ଉଲ୍ଲେଖ କରାଯାଇଛି । ଏହାକୁ ବ୍ୟବହାର ପାଇଁ ଚାଷୀଙ୍କୁ ଆଦୌ ଉତ୍ସାହିତ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏହାକୁ କେହି ବ୍ୟବହାର କରନ୍ତି ତେବେ କପରି ସୁରକ୍ଷିତ ଭାବେ ବ୍ୟବହାର କରିବେ ସେନେଇ ପ୍ରଶିକ୍ଷଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।