‘ପିରିଅଡ୍‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍‌ସ’କୁ ମିଳିଲା ଓସ୍କାର ପୁରସ୍କାର

ନୂଆଦିଲ୍ଲୀ: ପୁଣିଥରେ ଭାରତ ରଚିଲା ଇତିହାସ । ଏଥର ଭାରତୀୟ ଏକ ଶଟ୍ ଫିଲ୍ମକୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଓସ୍କାର ଆୱାର୍ଡରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷର ଓସ୍କାର ଆୱାର୍ଡ ଆମେରିକାର କାଲିଫର୍ଣ୍ଣିଆର ଡଲ୍ବି ଥିଏଟରରେ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ‘ପିରିଅଡ୍‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍‌ସ’ ଏହି ଫିଲ୍ମକୁ ଶ୍ରେଷ୍ଠ ଡକ୍ୟୁମେଣ୍ଟୋରୀ ଶର୍ଟ ଫିଲ୍ମ ଭାବେ ପୁରସ୍କୃତ କରାଯାଇଛି । ସେହିଭଳି ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ “ରୋମା”କୁ ସମ୍ମାନିତ କରାଯାଇଛି । ଓସ୍କାରର ୧୦ଟି ଶ୍ରେଣୀରେ ନାମାଙ୍କିତ ହୋଇଥିବା ଏହି ଫିଲ୍ମ ‘ରୋମା’ ଶ୍ରେଷ୍ଠ ସିନେମାଟୋଗ୍ରାଫି ଶ୍ରେଣୀ ପାଇଁ ବି ପୁରସ୍କୃତ ହୋଇଛି। ୯୧ତମ ଓସ୍କାର ଉତ୍ସବରେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ରେଜିନା କିଙ୍ଗ୍‌ (ଫିଲ୍ମ:ଇଫ୍‌ ବିଲ୍‌ ଷ୍ଟ୍ରିଟ୍‌ କୁଡ ଟକ୍‌),ଶ୍ରେଷ୍ଠ ସହ ଅଭିନେତା ଭାବେ ମାହର୍ଶାଲା ଅଲୀ, ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ ସ୍ପାଇଡର ମ୍ୟାନ୍‌,ଇନ୍‌ଟୁ ଦ ସ୍ପାଇଡର୍‌ ବର୍ସ, ଶ୍ରେଷ୍ଠ ଆନିମେଟେଡ୍‌ ସର୍ଟ ଫିଲ୍ମ ବାଓ, ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟସ୍‌ ଫାର୍ଷ୍ଟ ମ୍ୟାନ୍‌ଏବଂ କଷ୍ଟ୍ୟୁମ୍‌ ଡିଜାଇନ ଶ୍ରେଣୀରେ ରୁଥ୍‌ କାର୍ଟରକୁ ପୁରସ୍କୃତ କରାଯାଇଛି।