ପିଡିଏସ୍ ଯୋଗାଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ନେଇ ଯୋଗଣ ବିଭାଗର ତତ୍ପରତା

ଭୁବନେଶ୍ୱର: ପିଡିଏସ୍ ଯୋଗାଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ନେଇ ଯୋଗଣ ବିଭାଗର ତତ୍ପରତା । ୩୦ ପ୍ରତିଶତ ହିତାଧିକାରୀଙ୍କ ଘରେ ପିଡିଏସ୍ ସାମଗ୍ରୀ ପହଂଚିଲାଣି । ୧୦ ଦିନ ଭିତରେ ସବୁ ହିତାଧିକାରୀ ଘରେ ପିଡିଏସ୍ ପହଂଚିବା ପରେ ପୁଣି ୨ୟ ପର୍ଯ୍ୟାୟ ଆରମ୍ଭ ହେବ । ମାସେ ଯାଏଁ ଆମ ପାଖରେ ଅତ୍ୟାବସ୍ୟକ ସାମଗ୍ରୀ ମହଜୁଦ ଅଛି । କଲା ବଜାରୀ ଉପରେ ବିଭାଗ ନଜର ରଖିଛି । ଏଭଳି ବିପର୍ଯ୍ୟୟ ସମୟରେ ସମବାୟ ବିଭାଗ ର କୋପରେଟିଭ ସଂସ୍ଥା ସିଏମଏଫ୍‌ କୁ ସହାୟତା ଦେଇଛନ୍ତି । କଟକ ସେଂଟ୍ରାଲ କୋପରେଟିଭ ସଂସ୍ଥା ୫ କୋଟି ୩ ଲକ୍ଷ ,ଭବାନୀପାଟଣା କୋପରେଟିଭ ସଂସ୍ଥା ୫ ଲକ୍ଷ ଓ ବଲାଙ୍ଗୀର କୋପରେଟିଭ ସଂସ୍ଥା ୫ ଲକ୍ଷ ଦେଇଛନ୍ତି।