“ସୁନ୍ଦରୀ”କୁ ନନ୍ଦନକାନନ ମନା, ଚିଠିଲେଖି ବାରଣ କଲା ସେଣ୍ଟ୍ରାଲ୍ ଜୁ ଅଥରିଟି

ଭୁବନନେଶ୍ୱର ; ସୁନ୍ଦରୀକୁ ନନ୍ଦନକାନନ ମନା । ସେଣ୍ଟ୍ରାଲ୍ ଜୁ ଅଥରିଟି ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବାକୁ ନେଇ ବାରଣ କରିବା ପରେ ବଢିଛି ଜଙ୍ଗଲ ବିଭାଗର ଅଡୁଆ । ଟ୍ରାଙ୍କୁଲାଇଜ୍ ପରେ ସୁନ୍ଦରୀକୁ ସ୍ଥାୟୀ ଭାବେ କେଉଁଠି ରଖାଯିବ ତାକୁ ନେଇ ଉଠିଛି ପ୍ରଶ୍ନ । ସୁନ୍ଦରୀକୁ ନନ୍ଦନକାନନରେ ରଖାଯିବାକୁ ନେଇ ଜଙ୍ଗଲ ବିଭାଗ ଚିନ୍ତା କରୁଥିବା ବେଳେ, ଏହାକୁ ନା କରିଛନ୍ତି ଅଥରିଟି । ସୁନ୍ଦରୀକୁ ନନ୍ଦନକାନନରେ ନରଖିବାକୁ ଜୁ ଅଥରିଟି ଅଫ୍ ଇଣ୍ଡିଆ ସଫା ସଫା ମନା କରିଦେଇଛନ୍ତି । ଜଙ୍ଗଲରୁ ଧରାଯାଇଥିବା ପଶୁଙ୍କୁ ନନ୍ଦନକାନନରେ ରଖିବାର ନିୟମ ନାହିଁ । କେବଳ ବଂଶ ବୃଦ୍ଧି ପାଇଁ ନନ୍ଦନକାନନରେ ରହିବାର ବ୍ୟବସ୍ଥା ଅଛି । କିନ୍ତୁ ସୁନ୍ଦରୀ ପାଇଁ ଏହି ନିୟମ ଲାଗୁ ନୁହେଁ । ତେଣୁ ସୁନ୍ଦରୀକୁ ନନ୍ଦନକାନନରେ ରଖିବାକୁ ମନା କରିଛନ୍ତି ସେଣ୍ଟ୍ରାଲ୍ ଜୁ ଅଥରିଟି । ସେପଟେ ସୁନ୍ଦରୀରର ଆଚରଣ ଅନୁଧ୍ୟାନ ଲାଗି ସେଣ୍ଟ୍ରାଲ୍ ଟେକନିକାଲ୍ ଟିମ୍ ପଠାଇବାକୁ WII ଓ NTCAକୁ କୁ ଚିଠି ଲେଖିବେ ବୋଲି କହିଛନ୍ତି  PCCF। ସୁନ୍ଦରୀରର ଆଚରଣ ଅନୁଧ୍ୟାନ ପରେ ଟେକନିକାଲ୍ ଟିମ୍ ଯେଉଁ ପରାମର୍ଶ ଦେବ, ସେହି ଆଧାରରେ ନିଷ୍ପତ୍ତି ନିଆଯିବ ।