ପିସିସିର ସାମ୍ଭାବ୍ୟ ପ୍ରାର୍ଥୀଙ୍କୁ ଟାଗେର୍ଟ : ଦଳରେ ୧୦ ହଜାର ସଦସ୍ୟ ନଯୋଡିଲେ ଟିକେଟ ନାହିଁ

ବୁଥକୁ ଯାଅ । ଲୋକଙ୍କୁ କଂଗ୍ରେସ ସହ ଯୋଡ । ଜିଲ୍ଲାରେ ୧୫ ଦିନ ରୁହ। ମେମ୍ବର ବଢ଼ାଅ

ଭୁବନେଶ୍ବର : ବୁଥସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଅଣ୍ଟା ଭିଡିଲା ପିସିସି । ଉପସଭାପତି ଏବଂ ସାଧରଣ ସମ୍ପାଦକଙ୍କୁ ଗୋଟିଏ ଗୋଟିଏ ଜିଲ୍ଲା ଦାୟିତ୍ବ ସହ ଛାମୁଆ ସଙ୍ଗଠନ ଦାୟିତ୍ବ ଦିଆଯାଇଛି । ଏହା ସହ ଯିଏ କଂଗ୍ରେସ ପ୍ରାର୍ଥୀ ହେବାକୁ ହେଲେ ପ୍ରୋଯେକ୍ଟ ଶକ୍ତି ଜରିଆରେ ୧୦ ହଜାର ମେମ୍ବର କରିବାକୁ ଟାର୍ଗେଟ ଦିଆଯାଇଛି । ନଚେତ ଟିକେଟ ଦିଆଯିବିନି ବୋଲି ଚେତାବନି ଦିଆଯାଇଛି। ଏହା ସହ  କଂଗ୍ରେସ ଆରମ୍ଭ କରିବ ଜନସମ୍ପର୍କ ଯାତ୍ର। ।

୧୦ ହଜାର କର୍ମୀ କରାଅ ତାପରେ ହେବ କଂଗ୍ରେସ ପ୍ରାର୍ଥୀ । ରାହୁଲ ଗାନ୍ଧିଙ୍କ ପ୍ରୋଜେକ୍ଟ ଶକ୍ତିକୁ ଫର୍ମୁଲା କଲା କଂଗ୍ରେସ। କଂଗ୍ରେସ ଭବନରେ ପିସିସି ଉପସଭାପତି ଏବଂ ସାଧାରଣ ସମ୍ପାଦକଙ୍କୁ ନେଇ ବସିଥିବା ବୈଠକରେ ଭାବି ପ୍ରାର୍ଥୀଙ୍କୁ ଟିପ୍ସ ଦେଇଛି ଦଳ। ଯେଉଁ ୪୪ଜଣଙ୍କ ନାମ ଚୂଡାନ୍ତ ହୋଇଛି ସେମାନଙ୍କ ଉପରେ ଏହା ଲାଗୁ ହେବ । ଆଉ ମନ୍ତ୍ର ହେଲା। ବୁଥକୁ ଯାଅ । ଲୋକଙ୍କୁ କଂଗ୍ରେସ ସହ ଯୋଡ। ଜିଲ୍ଲାରେ ୧୫ ଦିନ ରୁହ। ମେମ୍ବର ବଢ଼ାଅ । ଏଥିସହିତ ଉପସଭାପତି ଏବଂ ସାଧରଣ ସମ୍ପାଦକଙ୍କୁ ଗୋଟିଏ ଗୋଟିଏ ଜିଲ୍ଲାର ଦାୟିତ୍ବ ଦିଆଯାଇଛି । ପ୍ରତିମାସରେ ପ୍ରଥମ ୩ ଦିନରେ ଜିଲ୍ଲାରେ କଣ କାର‌୍ୟ୍ୟକ୍ରମ ହାତକୁ ନିଆଯାଉଛି ତାର ସମୀକ୍ଷା ହେବ। ଏମିତି କିଛି ଛାଟ ଛାଟିଛନ୍ତି କଂଗ୍ରେସ ପ୍ରଭାରି ଜିତେନ୍ଦ୍ର ସିଂ।

କଂଗ୍ରେସ ଆରମ୍ଭ କରିବ ଜନସମ୍ପର୍କ ଯାତ୍ରା । ଗୋଟିଏ ବସରେ ସାରା ରାଜ୍ୟ ବୁଲିବେ କଂଗ୍ରେସ ନେତା। ବାଲେଶ୍ବରରୁ ଏହି ଯାତ୍ରା ଆରମ୍ଭ ହେବ। ଚଣ୍ତିଗଡରୁ ଆସିଥବା ସ୍ବତନ୍ତ୍ର ବସରେ ସବାର ହୋଇ ଓଡ଼ିଶା ପରିକ୍ରମା କରିବେ କଂଗ୍ରେସ ନେତାଏ। ପିସିସି ସଭାପତି, କାର‌୍ୟ୍ୟକାରୀ ସଭାପତି ସମେତ ଜିଲ୍ଲାର ବରିଷ୍ଠ ନେତାମାନେ ଏକାଠି ଯାତ୍ରା କରିବେ।
କଂଗ୍ରେସ ବୁଥସ୍ତରରୁ ସଙ୍ଗଠନକୁ ମଜବୁତ କରିବା ସହ କଂଗ୍ରେସରେ ମେମ୍ବର କେମିତି ବଢ଼ିବେ ସେ ନେଇ ଦଳ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଉଛି। ଏହା ସହ ଲୋକଙ୍କ ପାଖରେ ପହଞ୍ଚିବା ଜନସମ୍ପର୍କ ଯାତ୍ରା କରି ଲୋକଙ୍କୁ ଯୋଡିବା ପାଇଁ କଂଗ୍ରେସ ଯୋଜନା କରିଛି।

ରାହୁଲ ଗାନ୍ଧିଙ୍କ ପ୍ରୋଜେକ୍ଟ ଶକ୍ତିକୁ ଫର୍ମୁଲା କଲା ପିସିସି
ବୁଥସ୍ତରରୁ କଂଗ୍ରେସକୁ ମଜବୁତ କରିବାକୁ ଅଣ୍ଟା ଭିଡିଲା ପିସିସି
ଉପସଭାପତି ଏବଂ ସାଧରଣ ସମ୍ପାଦକଙ୍କୁ ଗୋଟିଏ ଗୋଟିଏ ଜିଲ୍ଲା ଦାୟିତ୍ବ
କଂଗ୍ରେସ ପ୍ରାର୍ଥୀ ହେବାକୁ ହେଲେ ପ୍ରୋଯେକ୍ଟ ଶକ୍ତି ଜରିଆରେ ୧୦ ହଜାର ମେମ୍ବର କରିବାକୁ ଟାର୍ଗେଟ
ସ୍ବତନ୍ତ୍ର ବସରେ ସବାର ହୋଇ ଓଡ଼ିଶା ପରିକ୍ରମା କରିବେ କଂଗ୍ରେସ ନେତାଏ