ରାଜ୍ୟରେ ଟିକାକରଣ ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ବିପିଏଲ ପରିବାର ଓ ବୟସ୍କ ନାଗରିକଙ୍କ ପାଇଁ ବିନା ମୂଲ୍ୟରେ କରୋନା ଟିକା ଉପଲବ୍ଧ କରାଯାଉ : ନିରଞ୍ଜନ

ଭୁବନେଶ୍ୱର : କୋଭିଡ୍ ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଟିକାକରଣ ସଫଳ ହୋଇଛି । ଏଥିପାଇଁ ନିରଞ୍ଜନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପତ୍ର ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁ ସ୍ୱାସ୍ଥ୍ୟ କାମନା କରିବା ସହିତ ରାଜ୍ୟରେ ଆରମ୍ଭ କରାଯାଇଥିବା କରୋନା ଟିକା କରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ ଦେଇଛନ୍ତି । ଏହି କରୋନା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ବିଭାଗିୟ କର୍ମଚାରୀ ମାନଙ୍କୁ ମଧ୍ୟ ହୃଦୟୟରୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିକି ରାଜ୍ୟର ସମସ୍ତ ବିପିଏଲ ତାଲିକାଭୁକ୍ତ ବ୍ୟକ୍ତିବିଶେଷ ଏବଂ ବୟସ୍କ ନାଗରିକଙ୍କ ପାଇଁ କରୋନା ଟିକା ବିନାମୂଲ୍ୟରେ ଦିଆଯାଉ । ଏହା ଫଳରେ ଏହି ବର୍ଗର ସମସ୍ତ ବ୍ୟକ୍ତିବିଶେଷ ବିଶେଷ ଭାବରେ ଉପକୃତ ହେବେ ।

pcc president niranjan thanked naveen for successful covid-19 vaccination program in odisha