ପିସିସି ସାଙ୍ଗଠନିକ ସ୍ତରରେ ଅଦଳ ବଦଳ

ଭୁବନେଶ୍ବର :  ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ତରରେ ଅଦଳ ବଦଳ ହୋଇଛି । ମହିଳା ସଭାପତିଙ୍କୁ ପରିବର୍ତନ କରିଛି ଦଳ । ସସ୍ମିତା ବେହେରାଙ୍କ ସ୍ଥାନରେ ସୁମିତ୍ରା ଜେନାଙ୍କୁ  ମହିଳା ସଭାପତି ଦାୟିତ୍ବ ଦେଇଛି ଦଳ  । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ସୁମିତ୍ରାଙ୍କ ନାମରେ ମୋହର ମାରିଛନ୍ତି ।

ଏହା ସହ କଂଗ୍ରେସ ଏସସି ସେଲର ଅଧ୍ୟକ୍ଷ ଭାବେ ବିଭୁ ତରାଇଙ୍କୁ ଦାୟିତ୍ୱ ଦିଆ ଯାଇଛି । ପୂର୍ବରୁ ଏହି ଦାୟିତ୍ୱ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ହାତରେ ନ୍ୟସ୍ତ ଥିଲା । ତେବେ ଶ୍ରୀ ଶଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ ଭାବେ ନୂତନ ନିଯୁକ୍ତି ମିଳିଛି । ସେହିପରି ପିସିସି କାର୍ଯ୍ୟନିର୍ବହୀ କମିଟିର ସଦସ୍ୟ ଭାବେ ଜଗନ୍ନାଥ ପଟ୍ଟନାୟକଙ୍କୁ ସାମିଲ କରାଯାଇଛି ।