ସମାଜସେବା ପାଇଁ ପାୟଲ ଜାଙ୍ଗିଡଙ୍କୁ ଚେଞ୍ଜମେକର ଆୱାର୍ଡ

ନୂଆଦିଲ୍ଲୀ: ପାୟଲ ଜାଙ୍ଗିଡଙ୍କୁ ମିଳିଛି ଚେଞ୍ଜମେକର ଆୱାର୍ଡ । ନ୍ୟୁୟର୍କରେ ଆୟୋଜିତ ଗୋଲକିପରର୍ସ ଗ୍ଲୋବାଲ ଗୋଲ ଆୱାର୍ଡ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ମିଳିଛି । ରାଜସ୍ଥାନରେ ଶିଶୁଶ୍ରମିକ ହ୍ରାସ ଓ ବାଲ୍ୟ ବିବାହକୁ ରୋକିବାକୁ ତାଙ୍କ ପକ୍ଷରୁ କରାଯାଉଥିବା ଅଭିଯାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସମାନ ମଞ୍ଚରେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗ୍ଲୋବାଲ ଗୋଲକିପର୍ସ ଆୱାର୍ଡରେ ସମ୍ମାନିତ କରାଯାଇଥିବାରୁ ପାୟଲ ଖୁସିବ୍ୟକ୍ତ କରିଛନ୍ତି । ଯେଉଁଭଳି ଭାବରେ ମୁଁ ଅସୁବିଧା ସମୂହକୁ ଆମ ଗ୍ରାମରୁ ହଟାଇଛି । ସେହିଭଳି ଭାବରେ ସମୁଦାୟ ବିଶ୍ବରୁ ଶିଶୁଶ୍ରମିକ ହ୍ରାସ ଓ ବାଲ୍ୟ ବିବାହକୁ ରୋକିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି ।

ପାୟଲଙ୍କ ଏହି ସଫଳତାରେ ନୋବେଲ ବିଜେତା କୈଳାସ ସତ୍ୟାର୍ଥୀ ଗର୍ବିତ ବୋଲି ପ୍ରକାଶ କରିଛନ୍ତି । ସତ୍ୟାର୍ଥୀ କହିଛନ୍ତି ଭାରତରେ ହେଉଥିବା ଶିଶୁ ନିର୍ଯ୍ୟାତନା ବିରୋଧରେ ପାୟଲ କାର୍ଯ୍ୟକରିଆସୁଛନ୍ତି । ସେ ନିଜର ବାଲ୍ୟ ବିବାହ ରୋକିବା ସହ ନିଜ ଗ୍ରାମ ତଥା ପଡୋଶୀ ଗ୍ରାମରେ ଏହାକୁ ରୋକିପାରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।