ପୁରୀ: ଆଜି ପୌଷ ପୂର୍ଣ୍ଣିମା । ପୌଷ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜୀଉ ରତ୍ନସିଂହାସନ ଉପରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ଶାସ୍ତ୍ର ଅନୁସାରେ, ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ରାଜ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କ ଅବତାର ହୋଇଥିବାରୁ ଶ୍ରୀମନ୍ଦିରରେ ରଘୁନାଥଙ୍କ ରୂପରେ ଶ୍ରୀଜଗନ୍ନାଥଙ୍କ ଅଭିଷେକ ନୀତି କରାଯାଇଥାଏ । ମହାପ୍ରଭୁଙ୍କର ବିମ୍ବ ସ୍ନାନ, ସର୍ବାଙ୍ଗ ପରେ ବେଶ କରାଯାଇଥାଏ । ପ୍ରତିବର୍ଷ ମହାପ୍ରଭୁଙ୍କର ପାଂଚଥର ସୁନାବେଶ ଅନୁଷ୍ଠିତ ହୋଇଥାଏ । କିନ୍ତୁ ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ସୁବର୍ଣ୍ଣ ବେଶରେ ଆୟୁଧ ଭାବେ ଫୁଲର ଧନୁସର ପରିଧାନ କରିଥାନ୍ତି ।