ପୁଞ୍ଜିଲାଲ ମେହେରଙ୍କୁ ସର୍ତମୂଳକ ଜାମିନ

କଟକ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରକୁ ମିଳିଲା ଅନ୍ତରୀଣ ଜାମିନ । ମା’ଙ୍କ ଶୁଦ୍ଧକ୍ରିୟାରେ ଯୋଗ ଦେବା ପାଇଁ ହାଇକୋର୍ଟ ସର୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ଆସନ୍ତା ୨୪ ତାରିଖରୁ ଯାଇ ୨୮ ତାରିଖ ସକାଳ ୧୧ଟା ମଧ୍ୟରେ ନିମ୍ନ ଅଦାଲତରେ ହାଜିର ହେବାକୁ ନିର୍ଦ୍ଦେଶ । ତେବେ ୫୦ ହଜାର ଟଙ୍କିଆ ଦୁଇ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନରେ ଯାଇ ପାରିବେ ପୁଞ୍ଜିଲାଲ । ବାହାରକୁ ଗଲେ ସ୍ଥାନୀୟ ଥାନା ଅଧିକାରୀଙ୍କ ଅନୁମତି ନେବେ । ଏଥିସହ କଡା ସର୍ତ ରଖିଲେ ହାଇକୋର୍ଟ । ଜାମିନ ସମୟରେ କୌଣସି ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇପାରିବେ ନାହିଁ ।