ଜେଇଙ୍କୁ ବିଧାୟକ ଉଠବସ କରିବା ଘଟଣାରେ ଆସିଲା ତଦନ୍ତ ରିପୋର୍ଟ : ବିଧାୟକ ଦୋଷୀ- ଜିଲ୍ଲାପାଳ

ବଲାଙ୍ଗୀର : ଜେଇଙ୍କୁ ପାଟଣାଗଡ ବିଧାୟକ ସରୋଜ ମେହେର ଉଠ ବସ କରିବା ଘଟଣାରେ ସତ୍ୟତା ରହିଛି । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ସୁପରାରିସ କରାଯିବ । ଜେଇଙ୍କୁ ଉଠ ବସ କରିବା ଘଟଣାରେ ତଦନ୍ତ ରିପୋର୍ଟ ଆସିବା ପରେ ଏହି ସୂଚନା ଦେିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ । ଜେଇଙ୍କୁ ପାଟଣାଗଡ ବିଧାୟକ ଉଠ ବସ କରାଇବା ଘଟଣାରେ ସତ୍ୟତା ରହିଥିବା କହିଛନ୍ତି  ଜିଲ୍ଲାପାଳ ।  ଉଭୟ ବିଧାୟକ ଓ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଛନ୍ତି ସେ ।  ଘଟଣା ସଂପର୍କରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିଲା । ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ  ଦୃଢ କାର୍ଯ୍ୟାନୂଷ୍ଠାନ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଜେଇଙ୍କୁ ଉଠବସ କରାଇଥିବା ବିଧାୟକ ଓ ଚାପୁଡା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି  ଜିଲ୍ଲାପାଳ ।