ପାଟକୁରା ନିର୍ବାଚନ: ୩ଟା ସୁଧା ୬୧% ମତଦାନ

କେନ୍ଦ୍ରାପଡା:ଦିନ ୩ଟା ସୁଧା ପାଟକୁରାରେ ୬୧ ପ୍ରତିଶତ ମତଦାନ ହୋଇଛି । ଅନେକ ବୁଥରେ ମହିଳା ଏବଂ ଯୁବ ଭୋଟର ମତଦାନ କରୁଥିବା ଦେଖିବାକୁ ମିଳିଛି ।ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । 

କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ଅନୁଷ୍ଠିତ ହେଉଛି । ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ମେସିନ୍‌ରେ ତ୍ରୁଟି ଦେଖା ଯିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ ୩ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଜଣାପଡିଥିଲା । ସେପଟେ କିଣିଲୋର ୩୦୭ ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଛି । ଚିରକୁଟିକୁ ନେଇ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସର ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି । ଫଳରେ ସେଠାରେ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା ।