ଜୁଲାଇ ୨୦ରେ ପାଟକୁରା ନିର୍ବାଚନ, ୨୪ରେ ଭୋଟ ଗଣତି

ଭୁବନେଶ୍ବର : ଜୁଲାଇ ୨୦ରେ ହେବ କେନ୍ଦ୍ରାପଡା ପାଟକୁରା ବିଧାନସଭା ଲାଗି ନିର୍ବାଚନ । ୨୪ରେ ଭୋଟ ଗଣତି କରାଯାଇ ଫଳ ଘୋଷଣା କରାଯିବ । ଏନେଇ ଆଜି ବିଂଗ୍ୟପ୍ତି ପ୍ରକାଶ  ପାଇଛି । ନିର୍ବାଚନ କମିଶନ ଏହି ବଂଗ୍ୟପ୍ତି ପ୍ରକାଶ କରିଛନ୍ତି । ସାଧାରଣ ନିର୍ବାଚନ ସମୟରେ ଚତୁର୍ଥ ପର୍ଯ୍ୟାୟରେ ପାଟକୁରା ନିର୍ବାଚନ ହେବାକୁଥିଲା । ହେଲେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ଘଟିବାଯୋଗୁ ନିର୍ବାଚନ ସ୍ଥଗିତ ରହିଥିଲା । ପରେ ମେ ମାସ ୧୯ରେ ଭୋଟ ଗ୍ରହଣ ଲାଗି ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । କିନ୍ତୁ ବାତ୍ୟା ଫୋନି ଲାଗି ଭୋଟ ଗ୍ରହଣକୁ ପୁଣି ଥରେ ସ୍ଥଗିତ ରଖିଥିଲେ କମିଶନ । ଆଉ ଆଜି ପାଟକୁରା ଭୋଟଗ୍ରହଣ ତାରିଖ ଘୋଷଣା କରାଯାଇ ବିଂଗ୍ୟପ୍ତି ପ୍ରକାଶ ପାଇଛି । ବିଜେପିରୁ ବିଜୟ ମହାପାତ୍ର ପ୍ରା୍ଥୀ ହୋଇଥିବାବେଳେ ବିଜେଡି ବେଦପ୍ରକାଶ ଓଗ୍ରଓ୍ବାଲଙ୍କ ପତ୍ନୀ  ସାବିତ୍ରୀ ଅଗ୍ରଓ୍ବାଲାଙ୍କୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି କଂଗ୍ରେସ ପାର୍ଟିରୁ ଜୟନ୍ତ ମହାନ୍ତି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।