ପାଟକୁରା ନିର୍ବାଚନ ପାଇଁ ବିଜେଡିର ରଣନୀତି: ନବୀନ ନିବାସରେ ବୈଠକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଜି ନବୀନ ନିବାସରେ ଆଲୋଚନା କରିଛନ୍ତି । ନବୀନ ନିବାସରେ ମନ୍ତ୍ରୀ ସୁଶାନ୍ତ ସିଂ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅତନୁ ସବ୍ୟସାଚୀ ନାୟକଙ୍କ...

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଜି ନବୀନ ନିବାସରେ ଆଲୋଚନା କରିଛନ୍ତି । ନବୀନ ନିବାସରେ ମନ୍ତ୍ରୀ ସୁଶାନ୍ତ ସିଂ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଆଉ କେତେକ ନେତା ଏହି ସମୟରେ ଉପସ୍ଥିତ ଥିବା ଜଣାଯାଇଛି। ଆଗାମୀ ଦିନରେ ପାଟକୁରାରେ ବିଜେଡି କିପରି ବହୁ ଭୋଟ ବ୍ୟବଧାନରେ ବିଜୟଲାଭ କରିବ ସେଥିନେଇ ରଣନୀତି ଚୁଡାନ୍ତ ହୋଇଛି ଏହି ବୈଠକରେ।


ଏହି ବୈଠକ ଶେଷ ହେବାପରେ ଦଳର ବରିଷ୍ଠ ନେତାମାନେ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସାବ୍ରିତ୍ରୀ ଅଗ୍ରୱାଲଙ୍କ ପୁଅ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡ଼ି ପାଇଁ ପାଟକୁରାର କୌଣସି ପ୍ରକାର ଚ୍ୟାଲେଞ୍ଜ ନାହିଁ । ମାଆ ନିର୍ବାଚନରେ ନିଶ୍ଚିତ ଜିତିବେ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି । ସେପଟେ ନବୀନ ନିବାସରେ ପହଚିଂଥିବା ବିଜେଡି ନେତା କିଶୋର ତରାଇ କହିଛନ୍ତି, ଏଠାରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ପାଟକୁରାରେ ବିଜେଡି ବହୁ ମାତ୍ରାରେ ସଫଳତା ହାସଲ କରିବ ।


ଏଠାରେ ସୂଚନାଯୋଗ୍ୟ ବିଜେପିରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଛନ୍ତି । ଏହି ନିର୍ବାଚନ ବିଜେଡି ଓ ବିଜେପି ବିଶେଷକରି ବିଜୟ ମହାପାତ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପାଟକୁରା ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ହେବାର ଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନକୁ ମେ ୧୯ ଯାଏଁ ଘୁଂଚାଯାଇଥିଲା । ପରେ ଫୋନି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

Spread the love
Categories
ପଲିଟିକ୍ସ

RELATED BY