ଉଡିଗଲା ପତିତପାବନ ବାନା

ପୁରୀ: ପୁଣି ଉଡିଗଲା ପତିତପାବନ ବାନା । ଆଜି ମଧ୍ୟାହ୍ନରେ ଶ୍ରୀମନ୍ଦିରର ପତିତପାବନ ବାନା ଉଡିଯାଇଥିବା ସୂଚନା ମିଳିଛି । ମୁଖ୍ୟ ବାନାକୁ ଲାଗିଥିବା ଅନ୍ୟ ଛୋଟ ଛୋଟ ବାନା ସୁରକ୍ଷିତ ରହିଥିବା ସୂଚନା ମିଳିଛି । ତେବେ ଅନ୍ୟ ଛୋଟ ବାନା ଥିବାରୁ ଶ୍ରୀଜିଉଙ୍କ ନୀତିରେ କୌଣସି ବିଭ୍ରାଟ ଘଟିନି । ପତିତପାବନ ବାନା ଉଡିଯିବାର କିଛି କ୍ଷଣ ମଧ୍ୟରେ ଚୁନରା ସେବାୟତ ବାନା ଲଗାଇଥିବା ଜଣାପଡିଛି । ଜୋରରେ ପବନ ହେଉଥିବାରୁ ବାନା ଉଡିଯାଉଥିବା କୁହାଯାଉଛି । ମାତ୍ର ‘ଫନି’ ଭଳି ‘ଅମ୍ଫନ’ ପୂର୍ବରୁ ବାନା ଉଡିଯିବାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେକିବାକୁ ମିଳିଛି ।