ଦୀପିକାଙ୍କୁ ନାଚ ଶିଖାଇଲେ କାର୍ତିକ

ମୁମ୍ୱାଇ: କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଦୀପିକା କିଛିଦିନ ପୂର୍ବରୁ କାର୍ତିକ ଆର୍ଯ୍ୟନଙ୍କ ଠାରୁ ଡ୍ୟାନ୍ସ ଷ୍ଟେପ ଶିଖିବାକୁ ଇଚ୍ଛା କରିଥିଲେ । ଏହାର ଉତରରେ କାର୍ତିକ ରାଜି ମଧ୍ୟ ହୋଇଥିଲେ । କାର୍ତିକ ରାଜି ହେବା ପରେ ଦୀପିକା ଟ୍ୱିଟରରେ ଏୟାରପୋର୍ଟ ବାହାରେ ଆଜି ସକାଳ ୯ଟାରେ ନାଚ ଶିଖାଇବା ପାଇଁ କହିଥିଲେ । ତେବେ ଉଭୟ ସମୟ ଅନୁସାରେ ଏୟାରପୋର୍ଟ ବାହାରେ ପହଁଚିଥିଲେ । ଏହାପରେ କାର୍ତିକ “ଧିମେ ଧିମେ” ଗୀତର ଷ୍ଟେପ ଦୀପିକାଙ୍କୁ ଶିଖାଇଥିଲେ । ଏହାପରେ ଦୀପିକା ଷ୍ଟେପ ଦେଖି ତାହାର ପୁନରାବୃତି କରିଥିଲେ । ଯାହାର ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆପଣ ବି ଦେଖିନ୍ତୁ ଏହି ଭିଡିଓଟି…..