ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଦାବି କରିଛନ୍ତି ଯେ କୋଭିଡ୍-୧୯ ବିରୋଧରେ ସେ ପ୍ରଥମ ଔଷଧ ବାହାର କରିଛନ୍ତି। ସେହି ଔଷଧ ଖାଇଲେ ୭ ଦିନ ମଧ୍ୟରେ କରୋନା ପରି ଭାଇରସ୍ରୁ ଆରୋଗ୍ୟ ଲାଭ କରିହେବ। ଏହି ବିଷୟରେ ଆହୁରି ବିସ୍ତୃତ ଭାବେ ବୁଝାଇ ବାବା ରାମଦେବ କହିଛନ୍ତି କି କରୋନା କିଟ୍ ଯୋଗାଇବା ପାଇଁ ଖୁବ୍ ଶୀଘ୍ର ଏକ ଆପ୍ ଲଞ୍ଚ୍ କରାଯିବ।
ସେ ଆହୁରି ବି କହିଛନ୍ତି ଯେ ତାଙ୍କ ପରିଚାଳିତ ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନ୍ ଟ୍ରଷ୍ଟ୍ ଦ୍ୱାରା ପୂୂରା ପ୍ରମାଣର ସହ ସେ ପରୀକ୍ଷଣ କରି କୋଭିଡ୍-୧୯ ଭାଇରସ୍ ପାଇଁ ଔଷଧ ପ୍ରସ୍ତୁତ କରିଛନ୍ତି। ଔଷଧ ବାହାରିବା ପରେ କରାଯାଇଥିବା ଗବେଷଣାରୁ ଜାଣିବାକୁ ମିଳିଛି ୬୯ ପ୍ରତିଶତ ରୋଗୀ ୩ ଦିନରେ ଆରୋଗ୍ୟ ଲାଭ କରୁଛନ୍ତି ଓ ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଯାଉଛନ୍ତି।
ହରିଦ୍ୱାରରେ ସେ ବାହାର କରିଥିବା ଔଷଧ ସଂପର୍କରେ ସୂଚନା ଦେଇ ରାମଦେବ କହିଛନ୍ତି କି ଏହି ଔଷଧରେ ମୃତ୍ୟୁ ହାର ଶୂନ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୧୦୦ ପ୍ରତିଶତ। ପତଞ୍ଜଳି ଦାବି କରିଛି ଯେ ଜୟପୁରର ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ସହ ମିଶି ପତଞ୍ଜଳି ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଏହି ଔଷଧ ତିଆରି କରିଛି।