ପାଟକୁରା ପ୍ରଚାରର ଶେଷ : ବର୍ଷାରେ ଭିଜି ଭିଜି ପ୍ରଚାର କଲେ ମନ୍ତ୍ରୀ ପ୍ରତାପ ଜେନା

କେନ୍ଦ୍ରାପଡା : ଆଜି ପାଟକୁରା ନର୍ବାଚନ ପ୍ରଚାରର ଶେଷ ଦିନ । ଶେଷ ଦିନରେ ୩ ଦଳର ପ୍ରଚାର ଜମୁଛି । ସଂଧ୍ୟା ୬ଟାରେ ସରୁଛି ପ୍ରଚାର । ତେଣୁ ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ଜି ଜାନ ଲାଗାଇ ଦେଇଛନ୍ତି ସବୁ ଦଳର ପ୍ରାର୍ଥୀ । ଜୁଲାଇ ୨୦ରେ ପାଟକୁରା ବିଧାନସଭା ଆସନରେ ମତଦାନ ହେବ। ଡୋରଟୁ ଡୋର ବୁଲି ଭୋଟ୍ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି । ପାଟକୁରାରେ ଆଜି ପଞ୍ଚାୟତୀରାଜ, ଆଇନ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରଚାରର ଶେଷ ଦିନରେ ଦଳୀୟ ପାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ ।

ବର୍ଷା ସତ୍ବେ ମନ୍ତ୍ରୀ କେତେବେଳେ ଚାଲି ଚାଲି ତ କେତେବେଳେ ବାଇକରେ ଛତା ଧରି ଓ ଆଉ କେତେବେଳେ ବର୍ଷାରେ ଭିଜି ଭିଜି ଡୋର ଡୁ ଡୋର କ୍ୟାମ୍ପେନ କରିଥିଲେ । ମନ୍ତ୍ରୀଙ୍କ ଏପରି ପ୍ରଚାର ସ୍ପଷ୍ଟ କରୁଛି ପାଟକୁରା ଗଡ ଜିତିବାକୁ ନେତା , ବିଧାୟକ ଓ ମନ୍ତ୍ରୀ ଜି- ଜାନ ଲଗାଇଛନ୍ତି ।