ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପୁଣି ହେବ ପରୀକ୍ଷାରେ ପାସ ଫେଲ ବ୍ୟବସ୍ଥା! ସପକ୍ଷରେ ଯୁକ୍ତି ବାଢିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ କରିବାକୁ ମତ ରଖିଛନ୍ତି ଗଣ ଶିକ୍ଷାମନ୍ତ୍ରୀ । ଏହିବ୍ୟବସ୍ଥା ଲାଗୁ ହେଲେ ପିଲାମାନଙ୍କ ମେଧାର ପରୀକ୍ଷାହେବା ସହ ଶିକ୍ଷକମାନେ କିଭଳି ପାଠ ପଢାଉଛନ୍ତି ତାର ମୂଲ୍ୟାୟନ ମଧ୍ୟ ହୋଇପାରିବ । ଶିକ୍ଷାରଗୁଣବତ୍ତା ବଢାଇବା ପାଇଁ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ମନ୍ତ୍ରୀଙ୍କ ମତ । ମନ୍ତ୍ରୀଙ୍କ ଏହିଯୋଜନାକୁ ଅନେକ ସ୍ବାଗତ କରୁଥିବା ବେଳେ ଅନେକଙ୍କ ମତ ଏହା ଦ୍ବାରା କୋମଳମତି ପିଲାଙ୍କଉପରେ ଅଧିକ ଚାପ ସୃଷ୍ଟି ହେବ ।

ପୁଣି ଲାଗୁ ହୋଇପାରେ ପାସ୍ ଫେଲ୍ ବ୍ୟବସ୍ଥା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ଲାଗୁ ହେବ ପାସ୍ ଫେଲ୍ ବ୍ୟବସ୍ଥା । ଗଣଶିକ୍ଷା ମନ୍ତ୍ରୀ ଏହା ସପକ୍ଷରେ ବାଢିଛନ୍ତି ଯୁକ୍ତି । ମନ୍ତ୍ରୀଙ୍କ କହିବା କଥା ପାସ୍‌ ଫେଲ୍ ବ୍ୟବସ୍ଥା ଲାଗୁ ହେଲେ ପିଲାମାନଙ୍କ ମେଧାର ପରୀକ୍ଷା ହେବ । ପିଲା କିଭଳି ପଢୁଛି ଅଭିଭାବକମାନେ ଜାଣିପାରିବେ । ଏପରିକି ଶିକ୍ଷକମାନେ ସ୍କୁଲ୍‌ରେ ପାଠ ପଢାଉଛନ୍ତି କି ତାର ବି ମୂଲ୍ୟାୟନ ହୋଇପାରିବ । କେବଳ ଏତିକି ନୁହେଁ ମାଟ୍ରିକ୍ ପରୀକ୍ଷାରେ ମଧ୍ୟ ଆଗକୁ ଆହୁରି ସଂସ୍କାର ଅଣାଯିବ । ଉଚ୍ଚଶିକ୍ଷା ପାଇଁ ଗଲା ବେଳେ ପିଲାଙ୍କ ମୂଳଦୂଆ ଷ୍ଟ୍ରଙ୍ଗ ହୋଇସାରିଥବ ଓ ଭବିଷ୍ୟତରେ ସେମାନେ ଭଲ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଅନେକ ଶିକ୍ଷାବିତ୍‌, ଅଭିବାବକ ସ୍ବାଗତ କରିଛନ୍ତି ପ୍ରଥମରୁ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ଉପରୁ ପ୍ରତିଯୋଗିତା ବୋଝ କମାଇବା ପାଇଁ ନିକଟରେ ମାଡ୍ରାସ ହାଇକୋର୍ଟ ବ୍ୟାଗ୍‌ ବୋଝ ସହ ହୋମ୍‌ ୱାର୍କ କମାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ମାନବ ସମ୍ବଳ ମନ୍ତ୍ରାଳୟ ପ୍ରଥମରୁ ଦ୍ବିତୀୟ ଶ୍ରେଣୀ ପର‌୍ୟ୍ୟନ୍ତ ସିବିଏସ୍‌ଇ ଓ ଆଇସିଏସ୍‌ଇ ଛାତ୍ରଛାତ୍ରୀଙ୍କ ବ୍ୟାଗ ଓଜନ କମାଇବା ଛାତ୍ରଛାତ୍ରୀଙ୍କୁ ଚାପ ମୁକ୍ତ କରିବାକୁ ସବୁ ସରକାରଙ୍କ ପାଖକୁ ଚିଠି ଲେଖଥିଲେ । ରାଜ୍ୟ ସରରକାରଙ୍କ ଏହି ପାସ୍ ଫେଲ୍‌ ଯୋଜନା ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।