ଲକ୍‌ଡାଉନ୍‌ ଆଶିଂକ ଉଠିଲା : ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍‌ଡାଉନ୍

୧୭ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫, ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଖୋଲା  ଜାରି ରହିବ ସପ୍ତାହାନ୍ତ ସଟ୍‌ଡାଉନ୍‌ ଓ ରାତ୍ରି କର୍ଫ୍ୟୁ

ଭୁବନେଶ୍ୱର  : ଲକ୍‌ଡାଉନ୍‌ ଆଶିଂକ ଉଠିଲା ।  କାଲିଠୁ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା । କିନ୍ତୁ ମାନିବାକୁ ପଡିବ କରୋନା କଟକଣା । ରେଡ୍ ଜୋନରେ ଥିବା ଜିଲ୍ଲାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାକୁ ଅନଲକ୍ କରିଛନ୍ତି ରାଜ୍ୟ ସରକାର । ଜୁଲାଇ ୧ ପର୍ଯ୍ୟନ୍ତ ଆଶିଂକ ଲକ୍‌ଡାଉନ୍‌ ଜାରି ରହିବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଆଶିଂକ ଲକ୍‌ଡାଉନ୍‌ ଜାରି ରହିବ । ଏହି ସମୟରେ କରୋନା ଟେଷ୍ଟିଂ, ଟୀକାକରଣ ଓ ସ୍ୱାସ୍ଥ୍ୟସେବା ପାଇଁ କୌଣସି କଟକଣା ଜାରି କରାଯାଇନାହିଁ । ପୂର୍ବ ପରି ଏହା ଚାଲୁ ରହିବ ।

ତେବେ ସକାଳ ୬ଟାରୁ ସନ୍ଧ୍ୟା ୫ଟା କୋହଳ ହୋଇଥିବା ଜିଲ୍ଲା ଗୁଡିକ ହେଉଛି । ଯଥାକ୍ରମ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା। ସେହିପରି ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ କୋହଳ ହୋଇଥିବା ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର । ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ଏବଂ ପୂର୍ବ ଭଳି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।

ପ୍ରକାଶ ଥାଉକି, ଆସନ୍ତାକାଲି ଓଡିଶାରେ ସରୁଛି ତୃତୀୟ ପର୍ଯ୍ୟାୟ ଲକଡାଉନ ଅବଧି। ରାଜ୍ୟରେ ସଂକ୍ରମଣ ଚେନରେ ବ୍ରେକ ଲଗାଇବାକୁ ମେ ୩ରୁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଲକଡାଉନ ପ୍ରକ୍ରିୟା ଜାରି ରଖିଛନ୍ତି। ଏହାସହ ସପ୍ତାହନ୍ତ ସଟଡାଉନ ମଧ୍ୟ ଲାଗୁ ହୋଇଥିଲା । ତେବେ ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ୪ ହଜାର ତଳକୁ ରହୁଛି । ତେଣୁ ରାଜ୍ୟ ସରକାର ନିୟମରେ ଭାଗ ଭାଗ କରି ୧୭ ଓ ୧୩ ଜିଲ୍ଲାରେ କଟକଣା କୋହଳ କରିଛନ୍ତି।

ସରକାର ସଂକ୍ରମଣ ହାର ଅନୁସାରେ ଜିଲ୍ଲାମାନଙ୍କୁ ‘ଏ’ ଓ ‘ବି’ କ୍ୟାଟଗୋରୀରେ ବିଭକ୍ତ କରିଛନ୍ତି। ଏଥିରେ ୫ ପ୍ରତିଶତରୁ କମ୍‌ ସଂକ୍ରମଣ ହାର ଥିବା ଜିଲ୍ଲାଙ୍କୁ କ୍ୟଟେଗରୀ ‘ଏ’ ଅନ୍ତର୍ଭୁକ୍ତ କରିଛନ୍ତି। ଥିରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲା କ୍ୟାଟଗରି ‘ଏ’ରେ ରହିଛନ୍ତି।

ଏ କ୍ୟାଟଗରି ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲାରହି ପାରିବ। ତେବେ ଏହି ସବୁ ଜିଲ୍ଲାରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ସହ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ଉପକୂଳବର୍ତ୍ତି ୧୩ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ହେଉଥିଲେ ମଧ୍ୟ ଉଚ୍ଚ ରହିଛି। ଏଣୁ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଆଦି ୧୩ ଜିଲ୍ଲାଙ୍କୁ କ୍ୟାଟଗରି ‘ବି’ ଅନ୍ତର୍ଗତ କରିଛନ୍ତି। ବି କ୍ୟାଟେଗରି ଜିଲ୍ଲାମାନଙ୍କରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟବଶକୀୟ ସାମଗ୍ରୀ ଲାଗି ଦୋକାନ ବଜାର ଖୋଲିବ। ପୂର୍ବ ପରି ସପ୍ତାହନ୍ତ ସଟଡାଉନ ସହ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ।

partial lockdown continue up to 1 july in odisha due to covid 19