ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ଆରମ୍ଭ ହୋଇଯାଇଛି ପାର୍ଲାମେଣ୍ଟର ବଜେଟ୍‌ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ।

ନିର୍ବାଚନୀ ବର୍ଷ। ଆଉ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବଖାଣିଥିଲେ ମୋ ସରକାରର ସଫଳତା। ୫ ବର୍ଷରେ ଏନଡିଏ ସରକାରର ସଫଳତାର ଗୋଟି ଗୋଟି ଫର୍ଦ୍ଦ ଲେଉଟାଇଥିଲେ। ଭାରତ ଏବେ ବିଶ୍ବର ଷଷ୍ଠ ଆର୍ଥିକ ଶକ୍ତି ଭାବେ ଉଭା ହୋଇଛି । କଳାଧନକୁ ରୋକିବା ପାଇଁ କଠୋର ଆଇନ ହୋଇଛି । ଭ୍ରଷ୍ଟାଚାର କମିଛି ।ମୁଦ୍ରା, ଜନଧନ, ଉଜ୍ଜ୍ବଳା, ଆବାସ, ଆୟୁଷ୍ମାନ ଭାରତ, ସୌଭାଗ୍ୟ ଯୋଜନା, ବିଦ୍ୟୁତିକରଣ, ସ୍ବଚ୍ଛତା ଅଭିଯାନ କ୍ଷେତ୍ରରେ ସଫଳତା ହିଁ ସଫଳତା ଆଉ ଲୋକେ ଫାଇଦା ହିଁ ଫାଇଦାରେ ଅଛନ୍ତି ବୋଲି ବଖାଣିଥିଲେ ରାଷ୍ଟ୍ରପତି

ବଜେଟ୍‌ ଅଧିବେଶନ ଫେବୃୟାରୀ ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଚଳିତ ଲୋକସଭାର ଏହି ଶେଷ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ଦଳକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସଂସଦରେ ଖୋଲା ମନରେ ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି ।