ଭୁବନେଶ୍ୱରରେ ଖୋଲିଲା ପାର୍କ

ଭୁବନେଶ୍ୱର : କରୋନା ପ୍ରଭାବ ଉଭୟ ଦେଶ ଓ ରାଜ୍ୟ ଉପରେ ପଡିଛି। ତେଣୁ ସତର୍କତା ପାଇଁ ବହୁ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହାସହ ସବୁ ଦୋକାନ ବଜାର ସାଙ୍ଗକୁ ପାର୍କ ମଧ୍ୟ ବନ୍ଦ ରହିଥିଲା। କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ପୁଣି ଚଳଚଂଚଳ ହେବ ପାର୍କ। ଆଗ ପରି ଖଟି ଜମିବା ସହ ଗହଳି ହେବ। କିନ୍ତୁ ପାର୍କ ଖୋଲିବ ସମୟ ରେ ପରିବର୍ତନ କରାଯାଇଛି। ରାଜଧାନୀରେ ଆଜିଠୁ ପରୀକ୍ଷାମୂଳକ ଭାବେ ଖୋଲା ହୋଇଛିି ପ୍ରମୁଖ ପାର୍କ । ଆଇଜି, ଫରେଷ୍ଟ ଓ ବୁଦ୍ଧ ପାର୍କ ଆଜିଠୁ ଖୋଲିଲା । ସକାଳ ୭ରୁ ଦିନ ୧୦, ଅପରାହ୍ଣ ୪ରୁ ସନ୍ଧ୍ୟା ୬ଯାଏଁ ପାର୍କ ଖୋଲା । ପାର୍କରେ ସମାଜିକ ଦୂରତ୍ୱ ମାନିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଛେପ ପକାଇବା, ବାୟାମ ଉପକରଣ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।