ଇମୋସନାଲ ହେଲେ ପରିଣିତି

ଅଭିନେତ୍ରୀ ପରିଣୀତି ଚୋପ୍ରା ଯେତିକି ସୁନ୍ଦର ଅଭିନୟ କରନ୍ତି, ସେତିକି ସୁନ୍ଦର ଗୀତ ବି ଗାଆନ୍ତି । ଏହା ଅନେକଙ୍କୁ ନିଶ୍ଚୟ ଜଣାଥିବ । ପୂର୍ବରୁ ସେ ‘ମେରୀ ପ୍ୟାରୀ ବିନ୍ଦୁ’ରେ ମଧ୍ୟ କଣ୍ଠଦାନ କରିଛନ୍ତି । ଏବେ ଦର୍ଶକ ତାଙ୍କ କଣ୍ଠସ୍ୱର ଶୁଣିବାର ପୁଣି ଥରେ ସୁଯୋଗ ପାଇଛନ୍ତି । ରାପର୍ ବାଦ୍ଶାହଙ୍କ ଭିଡିଓରେ ପରିଙ୍କ କଣ୍ଠସ୍ୱର ଶୁଣି ଫଲୋୟର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଲ୍ବମ୍ ‘ହାର୍ଟଲେସ୍’ରେ ପରିଣୀତିଙ୍କୁ ମିଳିଛି ଏହି ସୁନ୍ଦର ସୁଯୋଗ । ଅନେକ କଣ୍ଠଶିଳ୍ପୀ ଏହି ଆଲବମ୍ରେ କଣ୍ଠଦାନ କରିବାକୁ ଚାହିଁଥିଲେ ସୁଦ୍ଧା ବାଦ୍ଶାହଙ୍କ ପ୍ରଥମ ପସନ୍ଦ ପାଲଟିଥିଲେ ପରିଣୀତି । ଏମିତିରେ ଦୁହେଁ ଖୁବ୍ ଭଲ ବନ୍ଧୁ । ଅଫର୍ ମିଳିବା ପରେ ପରିଣୀତି ସଙ୍ଗେ ସଙ୍ଗେ ହଁ ଭରିଥିଲେ । ଏହି ଇମୋସନାଲ୍ ଭିଡିଓରେ ପରି ନିଜକୁ ସମ୍ପୂର୍ଣ୍ଣ ହଜାଇ ଦେଇଛନ୍ତି । ଗୀତ ଶୁଣିବା ପରେ ଚର୍ଚ୍ଚା ହେଉଛି ସତେ ଯେମିତି ସେ ଅଭିନେତ୍ରୀ ନୁହେଁ କଣ୍ଠଶିଳ୍ପୀ ପାଇଁ ପରଫେକ୍ଟ । ଭିଡଓ ରିଲିଜ୍ ହେବାର ୨୪ ଘଣ୍ଟା ମଧ୍ୟରେ ଏହାକୁ ୧.୫ ମିଲିୟନ୍ ଦର୍ଶକ ଦେଖିସାରିଲେଣି । ଏଥିପାଇଁ ପରିଙ୍କୁ ଖୁବ୍ ଲାଇକ୍ ଏବଂ କମେଣ୍ଟ ମିଳୁଛି ।