ପରୀ ରାଜନୀତି ସରଗରମ : ପରୀ ବାପାମା’ଙ୍କୁ ଭେଟିଲେ ବିରୋଧୀ ବିଜେପି-କଂଗ୍ରେସ ନେତା

ନୟାଗଡ଼ : ପରୀ ମୃତ୍ୟୁ ମାମଲାକୁ ନେଇ ଥମୁନି ରାଜନୀତି । ଆଜି ନୟାଗଡ଼ ଯଦୁପୁର ଯାଇ ପରୀ ବାପାମାଆଙ୍କୁ ଭେଟିଛନ୍ତି ଉଭୟ ବିଜେପି ଆଉ କଂଗ୍ରେସ । ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ । ଆଜି ଗୋଟିଏ ଦିନରେ ନୟାଗଡ଼ ଯଦୁପୁର ଯାଇ ପରୀର ବାପା ମାଆଙ୍କୁ ଭେଟିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ନେତା । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ନେତୃତ୍ବରେ ନୟାଗଡ଼ରେ ପହଞ୍ଚିଥିବା ବିଜେପି ଟିମ୍ କୃଷିମନ୍ତ୍ରୀଙ୍କ ଇସ୍ତଫା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ସେପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଦଳୀୟ ନେତା ଏସଆଇଟି ତଦନ୍ତକୁ ସ୍ବାଗତ କରିଛି । ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

PARI DEATH CASE POLITICS