ପାରଳାଖେମୁଣ୍ଡି ୩ ଦିନ ସଟ ଡାଉନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସହରକୁ ୩ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଶୁକ୍ର, ଶନି ଓ ରବିବାର ଦିନ ପାରଳାଖେମୁଣ୍ଡି ସଂପୂର୍ଣ୍ଣ ରୂପେ ସଟ ଡାଉନ ରହିବ । କରୋନା ସଂକ୍ରମଣ ବଢୁଥିବାରୁ ଜିଲା୍ଲପାଳ ଅନୁପମ ସାହା ଏହି ପଦକ୍ଷେୁ ନେଇଛନ୍ତି । ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ମଧ୍ୟ ସିଲ୍ କରାଯିବ ବୋଲି ସେ କହିଛନ୍ତି । ୬୦ଟି ମେଡିକାଲ୍ ଟିମ୍ ଦ୍ୱାରା ସହରରେ ସ୍କିନିଂ କରାଯିବ । ୧୬ ସେକ୍ଟର ଅଫିସର ଟିମ୍‌, ୪ଟି ପୋଲିସ ଟିମ୍ ନିୟୋଜିତ ହେବେ । ତେବେ , ଆଜି ଚିହ୍ନଟ ୫୨୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୨୧୫ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୭୮ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫୦, ବାଲେଶ୍ୱରରୁ ୨୬, ଯାଜପୁରରୁ ୨୫, ବଲାଙ୍ଗୀରରୁ ୨୧, ନୟାଗଡରୁ ୧୮, କଟକରୁ ୧୭, ପୁରୀରୁ ୧୬, ମୟୁରଭଂଜରୁ ୧୦, କେନ୍ଦୁଝରରୁ ୭ ଓ କୋରାପୁଟ ଜିଲ୍ଲାରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡା ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୫ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।