ପାରଳାଖେମୁଣ୍ଡି ସହରକୁ ସଟ ଡାଉନ ଘୋଷଣା

ଭୁବନେଶ୍ୱର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରକୁ ସଟ ଡାଉନ ଘୋଷଣା କରାଯାଇଛି । ଗୋଷାଣୀ ଓ ଗୁମ୍ମା ବ୍ଲକ ମଧ୍ୟ ସଟ ଡାଉନ ଘୋଷଣା ହେବା ସହ କାଶୀନଗର ବ୍ଲକ ରାଣୀପେଣ୍ଠ ପଂଚାୟତ ମଧ୍ୟ ସଟ ଡାଉନ ଘୋଷଣା ହୋଇଛି । ଏହାକୁ ତିନି ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ । ତେବେ ଆସନ୍ତା ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ସଟ ଡାଉନ ରହିବ । କେବଳ ଜରୁରୀକାଳିନ ସେବା ପାଇଁ ଅନୁମତି ରହିବ । ଅନ୍ୟପଟେ କରୋନା ଲକ୍ଷଣ ଯାଂଚ ପାଇଁ ୪୦ଟି ମେଡିକାଲ ଟିମ କାର୍ଯ୍ୟ କରିବେ । ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଟ୍ୱିଟ ଯୋଗେଁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ଯେତେ ପ୍ରକାର ପଦକ୍ଷେପ ନେଲେ ମଧ୍ୟ କରୋନା ଥମିବାର ନାଁ ନେଉନାହିଁ । ସେଥିପାଇଁ ଲୋକମାନେ ସଚେତନ ହୁଅନ୍ତୁ । ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରେ ମାସ୍କ ବ୍ୟବହାର କରନ୍ତୁ ବୋଲି ସରକାର ବାରମ୍ବାର ନିବେଦନ କରୁଛନ୍ତି ।