ପାରଳାଖେମୁଣ୍ଡି ମହାରାଜାଙ୍କ ପରଲୋକ

ପାରଳାଖେମୁଣ୍ଡି: ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର ପ୍ରାୟ ୪ଟାବେଳେ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

୨୦୧୫ ମସିହାରୁ ମହାରାଜା ଗୋପୀନାଥ ଗଜପତି  କଥା କହି ପାରୁ ନଥିବା ବେଳେ ଚାଲି ମଧ୍ୟ ପାରୁ ନଥିଲେ। ସେ ଦୀର୍ଘ ଅଢ଼େଇ ବର୍ଷ ହେବ କୋମାରେ ଥିଲେ ବୋଲି ସୂଚନା ମିଳିଛି।   ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିବା ବେଳେ  ଝିଅ କଲ୍ୟାଣୀ ଦେବୀ  ମହାରାଜାଙ୍କ ସେବା କରୁଥିଲେ।